Site icon ଆଜିକାଲି

ସେନାକୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ଲଶ୍କର ଆତଙ୍କୀ ଉଜୈର୍‌ ଖାନ ନିପାତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିିଳିଛି। ସୁରକ୍ଷା ବାହିନୀ ଲଶ୍କର-ଏ-ତୋଏବାର ଆତଙ୍କବାଦୀ ଉଜେର୍‌ ଖାନଙ୍କୁ ନିପାତ କରିଛି। କାଶ୍ମୀର ଏଡିଜିପି ବିଜୟ କୁମାର କହିଛନ୍ତି, ଅନନ୍ତନାଗରେ ଆତଙ୍କୀ ଉଜୈର୍‌ଙ୍କୁ ମାରି ଦିଆଯାଇଛି। ଏଠାରେ ଶେଲ୍ ଥିବାରୁ ସର୍ଚ୍ଚ ଅପରେସନ୍ ଜାରି ରହିବ। ଏହି ଏନ୍‌କାଉଣ୍ଟରରେ ୪ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି।

ବର୍ତ୍ତମାନ ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ସମାପ୍ତ ହୋଇଛି। ବର୍ତ୍ତମାନ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଉପରେ ଫୋକସ୍‌ କରୁଛନ୍ତି। କାରଣ, ଆତଙ୍କବାଦୀଙ୍କ ସହ ଜଡିତ ଜିନିଷ ଏଠାରେ ଥାଇପାରେ। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ବେଳେ ୪ ଜଣ ଯବାନ ସହିଦ ହୋଇଛନ୍ତି। ସେନା ଏବେ ତୃତୀୟ ଆତଙ୍କବାଦୀଙ୍କ ମୃତଦେହ ଖୋଜୁଛି। ବର୍ତ୍ତମାନ ସେନା ପୂରା ଅଞ୍ଚଳକୁ ଘେରି ରହିଛି।

Exit mobile version