Site icon ଆଜିକାଲି

ନିଟ ପିଜି-୨୦୨୩ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍ ସମାପ୍ତି ଅବଧି ଅଗଷ୍ଟ ୧୧କୁ ବୃଦ୍ଧି

ନୂଆଦିଲ୍ଲୀ : ନିଟ ପିଜି-୨୦୨୩ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍ ସମାପ୍ତି ଅବଧି ବୃଦ୍ଧି । ଇଣ୍ଟର୍ନସିପ୍ ସମାପ୍ତିର ଶେଷ ତାରିଖ ଆସନ୍ତା ଅଗଷ୍ଟ ୧୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୫ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୩ ହଜାରରୁ ଅଧିକ ଏମବିବିଏସ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି ।

ଯେଉଁମାନେ ଇଣ୍ଟର୍ନସିପ୍ ବିଳମ୍ବ ହେତୁ ନିଟ ପିଜି-୨୦୨୩ ପରୀକ୍ଷା ପାଇଁ ଯୋଗ୍ୟ ହୋଇ ନ ଥିଲେ। ମନ୍ତ୍ରଣାଳୟ ବ୍ୟାଚେଲର ଅଫ୍ ଡେଣ୍ଟାଲ୍ ସର୍ଜରୀ, ବିଡିଏସ୍ ଛାତ୍ରଙ୍କ ପାଇଁ ଇଣ୍ଟର୍ନସିପ୍ ସମାପ୍ତ ହେବାର ଶେଷ ତାରିଖକୁ ଚଳିତ ବର୍ଷ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ କୁହାଯାଇଛି ଯେ ଇଣ୍ଟର୍ନସିପ୍ ବିଳମ୍ବ ହେତୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳଗୁଡିକରେ ୩୦୦୦ରୁ ଅଧିକ ବିଡିଏସ୍ ଛାତ୍ରଛାତ୍ରୀ ନିଟ ଏମଡିଏସ ୨୦୨୩ ପରୀକ୍ଷା ପାଇଁ ଯୋଗ୍ୟ ନ ଥିଲେ।

Exit mobile version