Site icon ଆଜିକାଲି

ସର୍ବଭାରତୀୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଉପ-ସଭାପତି ଲକ୍ଷ୍ମୀନାରାୟଣ


ବାଲେଶ୍ୱର : ବାଲେଶ୍ୱର ଜିଲାର ପ୍ରତିଷ୍ଠିତ ସମାଜସେବୀ ତଥା ଦୈନିକ ଖବରକାଗଜ ‘ଆଜିକାଲି’ର ପରିଚାଳନା ସମ୍ପାଦକ ଲକ୍ଷ୍ମୀନାରାୟଣ ମହାନ୍ତି ସର୍ବଭାରତୀୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଜାତୀୟ ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
ସମଗ୍ର ଭାରତବର୍ଷରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ପରିପ୍ରେକ୍ଷୀରେ ଏହାର ନିରାକରଣ ପାଇଁ ଏକ ସମ୍ମିଳନୀ ଗତ ନଭେମ୍ବର ୨୨ ତାରିଖରେ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ସମଗ୍ର ଭାରତବର୍ଷର ବିଭିନ୍ନ ରାଜ୍ୟରୁ ବହୁ ଖବରକାଗଜର ସମ୍ପାଦକ ଓ ଖବରଦାତା ଯୋଗଦେଇଥିଲେ । ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା ହେବା ପରେ ସଂଘର ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସଦସ୍ୟମାନଙ୍କୁ ନେଇ ନିର୍ବାଚନ ପଦ୍ଧତିରେ ସଂଘର ବିଭିନ୍ନ ପଦବୀ ପୂରଣ କରାଯାଇଥିଲା । ବାଲେଶ୍ୱରର ଶ୍ରୀ ମହାନ୍ତି ଉପ-ସଭାପତି ଭାବେ ନିର୍ବାଚିତ ହୋଇଥିବାର ଏକ ପ୍ରମାଣପତ୍ର ସଂଘର ସଭାପତି ତଥା ଇଣ୍ଡିଆନ ଅବଜରଭରର ମୁଖ୍ୟ ସମ୍ପାଦକ ଗୁରିନ୍ଦର ସିଂଙ୍କ ଠାରୁ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତି ମହାସଂଘର ସଭାପତି ଶ୍ରୀ ସିଂ ତଥା ସମସ୍ତ ପଦାଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏନେଇ ଗୁରୁବାର ଏକ ପ୍ରେସ୍ ବିବୃତି ମାଧ୍ୟମରେ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Exit mobile version