Site icon ଆଜିକାଲି

ଗୌତମ ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ ଆଣିବାରୁ ଶ୍ରୀସନ୍ଥଙ୍କୁ ଲିଗାଲ ନୋଟିସ୍

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ ଆଣିବା ପୂର୍ବତନ କ୍ରିକେଟକ ଏସ୍‌ ଶ୍ରୀସନ୍ଥଙ୍କୁ ମହଙ୍ଗା ପଡ଼ିଛି। ଲିଜେଣ୍ଡ ଲିଗ୍ କ୍ରିକେଟ୍(ଏଲ୍‌ଏଲ୍‌ସି) କମିଶନର ଶ୍ରୀସନ୍ଥଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି।

ଗୌତମ ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ ଆଣି ଶ୍ରୀସନ୍ଥ କହିଥିଲେ ଯେ ଗମ୍ଭୀର କାହାକୁ ସମ୍ମାନ ଦେଇ ଜାଣନ୍ତି ନାହିଁ। ଇଣ୍ଡିଆ କ୍ୟାପିଟାଲ୍ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଏଲିମିନେଟର ସମୟରେ ଗମ୍ଭୀର ତାଙ୍କୁ ଫିକ୍ସର ବୋଲି କହୁଥିବା ଶ୍ରୀସନ୍ଥ ଡିସେମ୍ବର ୬ ତାରିଖରେ ଅଭିଯୋଗ କରିଥିଲେ। ଏଥିପାଇଁ ଶୁକ୍ରବାର(ଡିସେମ୍ବର ୮) ଏଲ୍ଏଲ୍‌ସି ତାଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି।

ନୋଟିସ୍‌ରେ କୁହାଯାଇଛି ଯେ ଶ୍ରୀସନ୍ଥ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ କଣ୍ଟ୍ରାକ୍ଟ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ଦୋଷୀ ଥିଲେ। ତେବେ ଏନେଇ ଶ୍ରୀସନ୍ଥଙ୍କ ସହ ସେତେବେଳେ ଆଲୋଚନା କରାଯିବ ଯେତେବେଳେ ସେ ଗୌତମଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନ ହଟାଇ ଦେବେ ବୋଲି କୁହାଯାଇଛି। ଏହି ବିବାଦରେ ଅମ୍ପାୟାର ମଧ୍ୟ ତାଙ୍କ ରିପୋର୍ଟ ଦେଇଛନ୍ତି। କିନ୍ତୁ ଏଥିରେ ଗମ୍ଭୀର ଶ୍ରୀସନ୍ଥଙ୍କୁ ଫିକ୍ସର ଡାକୁଥିବାର କୌଣସି ତଥ୍ୟ ନାହିଁ।

ନିକଟରେ ଶ୍ରୀସନ୍ଥ ଗମ୍ଭୀରଙ୍କ ଉପର ସଂଗୀନ ଅଭିଯୋଗ ଆଣି ସୋସିଆଲ୍ ମିଡିଆରେ ଏକାଧିକ ଭିଡିଓ ପୋଷ୍ଟ କରିଥିଲେ। ମ୍ୟାଚ୍ ବେଳେ ଗମ୍ଭୀର ତାଙ୍କୁ ମ୍ୟାଚ୍ ଫିକ୍ସର ବୋଲି କହିଥିବା ସେ ଅଭିଯୋଗ କରିଥିଲେ। ଏହାପରେ ଗମ୍ଭୀର ମଧ୍ୟ ଶ୍ରୀସନ୍ଥଙ୍କୁ କଟାକ୍ଷା କରି ତାତ୍ସଲ୍ୟପୂର୍ଣ୍ଣ ପୋଷ୍ଟ କରିଥିଲେ। ଶ୍ରୀସନ୍ଥ ତୁଚ୍ଛାଟାରେ ଆଟେନସନ୍ ଚାହୁଁଛନ୍ତି ବୋଲି ଗମ୍ଭୀର ଟ୍ୱିଟ୍ କରିଥିଲେ।

Exit mobile version