Site icon ଆଜିକାଲି

ଲୀ ଛିୟାଙ୍ଗ ହେଲେ ଚୀନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚୀନ ଶାସନରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ଏହିକ୍ରମରେ ଲୀ ଛିୟାଙ୍ଗ ଚୀନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଛିୟାଙ୍ଗ ଜଣେ ବିଶିଷ୍ଟ ବ୍ୟବସାୟୀ ସାଙ୍ଗକୁ ରାଜନେତା ଭାବେ ବେଶ୍ ପରିଚିତ । ୨୦୨୨ ଅକ୍ଟୋବରରେ ହୋଇଥିବା ଚୀନ ସଂସଦ ନ୍ୟାସନାଲ ପିପୁଲ୍ସ ପାର୍ଟି ବୈଠକରେ ତାଙ୍କୁ ନୂଆ ପ୍ରଧାନମନ୍ତ୍ରୀ ରୂପେ ନାମିତ କରାଯାଇଥିଲା । ଚୀନରେ ଜାରି ରହିଥିବା ଟୁ-ସେସନ ସମୟରେ ଛିୟାଙ୍ଗଙ୍କ ନାମରେ ମୋହର ଲାଗିଥିଲା ।

ସୂଚନା ଯେ, ଗତ ମାର୍ଚ୍ଚ ୧୦ ତାରିଖରେ ସି ଜିନପିଙ୍ଗ ତୃତୀୟଥର ପାଇଁ ଚୀନର ରାଷ୍ଟ୍ରପତି ହୋଇଥିଲେ । ମାଓ ସେତୁଙ୍ଗ ପରେ ପ୍ରଥମଥର ପାଇଁ ଜଣେ ନେତା ଲଗାତାର ତୃତୀୟଥର ପାଇଁ ଦେଶର ଶାସନ ଗାଦି ସମ୍ଭାଳୁଛନ୍ତି ।

Exit mobile version