Site icon ଆଜିକାଲି

ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ୯ ମାସର ଅଣ୍ଡିରା ସିଂହ ଶାବକ

ବାରଙ୍ଗ : ନନ୍ଦନକାନନର ପ୍ରାଣୀ ଉଦ୍ୟାନକୁ ଝଟକା । ଆଖି ବୁଜିଲା ୯ ମାସର ଅଣ୍ଡିରା ସିଂହ ଶାବକ । କିଛି ଦିନ ହେବ ପାଞ୍ଚ ସିଂହ ଶାବକ ଥିଲେ ଅସୁସ୍ଥ । ଶୁକ୍ରବାର ସିଂହୀ ବିଜିଲୀର ୫ ସିଂହ ଶାବକରୁ ଗୋଟିକର ହୋଇଛି ମୃତ୍ୟୁ । ୯ ମାସ ତଳେ ୫ଟି ସିଂହ ଶାବକ ଜନ୍ମ ଦେଇଥିଲା ସିଂହି ବିଜିଲୀ । ନନ୍ଦନକାନନରେ ସିଂହ ସଂଖ୍ୟା ୨୨ କୁ ହ୍ରାସ ପାଇଛି ।

ସୂଚନା ଥାଉକି, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀରେ ରହୁଥିବା ସିଂହୀ ବିଜ୍‌ଲୀର ୯ ମାସର ଅଣ୍ଡିରା ଶାବକର ହଠାତ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଜଣେ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ଶନିବାର ଓୟୁଏଟିର ଏକ ଟିମ୍‌ ଆସି ମୃତଦେହ ବ୍ୟବଚ୍ଛେଦ କରିବେ ବୋଲି ଜଣାପଡିଛି ।

Exit mobile version