Site icon ଆଜିକାଲି

ଏବେ ବି ଟନେଲ ତଳେ ୪୦ ଶ୍ରମିକ; ଉଦ୍ଧାର ପାଇଁ ଚାଲିଛି ବଡ଼ ଅପରେସନ୍

ନୂଆଦିଲ୍ଲୀ : ଟନେଲ ଧ୍ବଂସାବଶେଷ ତଳେ ଚାଲିଛି ଜୀବନ ସହ ସଂଗ୍ରାମ। ପାଖାପାଖି ୪୮ ଘଣ୍ଟା ହେଲାଣି ଫସି ରହିଛନ୍ତି ୪୦ ଶ୍ରମିକ । ଏମାନଙ୍କ ଭିତରେ ଅଛନ୍ତି ୫ ଜଣ ଓଡ଼ିଆ । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅହରହ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି । ୱାକିଟକି ଦ୍ବାରା ସେମାନଙ୍କ ସହ ଯୋଗାଯୋଗ ହେଉଛି । ସମସ୍ତେ ସୁରକ୍ଷିତ ଅଛନ୍ତି । ପାଇପ ଜରିଆରେ ଦିଆଯାଉଛି ଖାଦ୍ୟ ଓ ପାଣି ସମେତ ଅକ୍ସିଜେନ୍ । ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀ ଟିମ୍ ୨୫ ମିଟର ଯାଏ ଭଗ୍ନାଂବଶେଷ ହଟାଇବାରେ ସମର୍ଥ ହୋଇଛନ୍ତି । ଆଉ ୧୦ ମିଟର ପରେ ଶ୍ରମିକଙ୍କ ପାଖରେ ପହଞ୍ଚିବ ରେସକ୍ୟୁ ଟିମ୍ ।

ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ଧାରକାର୍ଯ୍ୟରେ ଜେସିବି, ହେଭି ଏକ୍ସକାଭେଟର ସମେତ ଅନ୍ୟାନ୍ୟ ମେସିନ୍ ଓ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଲାଗିଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍,ଆଇଟିବିପି, ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ । ଶ୍ରମିକଙ୍କୁ ବାହାର କରିବା ପାଇଁ ଅଢ଼େଇ ଫୁଟ ବ୍ୟାସ ବିଶିଷ୍ଟ ଷ୍ଟିଲ ପାଇପ୍ ପଠାଯିବ । ଏହି ପାଇପ ଯୋଗେ ସେମାନେ ବାହାରକୁ ବାହାରିବେ । ଟନେଲ୍ ଧ୍ବଂସାବଶେଷ ତଳେ ଫସିଥିବା ଶ୍ରମିକଙ୍କ ଭିତରେ ଅଛନ୍ତି ଓଡ଼ିଶାର ୫ଜଣ। ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୩ଜଣ, ନବରଙ୍ଗପୁର ଜଣେ ନବରଙ୍ଗପୁର ଓ ଅନ୍ୟ ଜଣେ ଶଙ୍କର୍ଷଣପୁରର। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ଶ୍ରମ ବିଭାଗ ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ୧୨ ତାରିଖରେ ରାତିରେ ଭୁଶୁଡ଼ି ପଡ଼ିଥିଲା ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ।

Exit mobile version