Site icon ଆଜିକାଲି

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍, ଆଜି ନେବେ ଶପଥ

ବ୍ରିଟେନ : ଆଜି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ୪୭ ବର୍ଷୀୟା ଲିଜ୍ ଟ୍ରସ୍ । ତାଙ୍କୁ ଶପଥପାଠ କରାଇବେ ରାଣୀ ଏଲିଜାବେଥ୍-୨ । ସେ ତୃତୀୟ ମହିଳା ଭାବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ ।

ସ୍କଟ୍‌ଲାଣ୍ଡରେ ଏଥିପାଇଁ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହେବ । ଏଥିରେ ରାଣୀ ଏଲିଜାବେଥ୍-୨ ଉପସ୍ଥିତ ରହି ଲିଜ୍ ଟ୍ରସ୍‌ଙ୍କ ନାମ ଔପଚାରିକ ଭାବେ ଘୋଷଣା କରି ତାଙ୍କର ଶପଥପାଠ କରାଇବେ । ଏନଏଇଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଲିଜ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ୱରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ।

ସୂଚନା ଯେ, ଦୁଇମାସ ଧରି ଚାଲିଥିବା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍‌ଙ୍କ ସହ ତାଙ୍କର କଡ୍ଡା ଟକ୍କର ହୋଇଥିଲା । ଶେଷରେ ରିଷିଙ୍କୁ ସେ ୨୦,୦୦୦ରୁ ଅଧିକ ଭୋଟ୍‌ରେ ହରାଇଛନ୍ତି । ଦକ୍ଷିଣପନ୍ଥୀ ଲିଜ୍ ବ୍ରିଟେନର ପ୍ରଧାନମନ୍ତ୍ରୀ ଜନସନ୍‌ଙ୍କ ସ୍ଥାନ ନେବେ । ଲିଜ୍‌ଙ୍କୁ ଦେଶର ଫାୟରବ୍ରାଣ୍ଡ ଲେଡି ଭାବେ ଗଣନା କରାଯାଏ ।

Exit mobile version