Site icon ଆଜିକାଲି

ଲୋକସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା: କେଉଁ ଦଳକୁ କେତେ ଆସନ ମିଳିଲା ଜାଣନ୍ତୁ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଦେଶର ସମସ୍ତ ୫୪୩ ଲୋକସଭା ଆସନର ଫଳାଫଳ ଘୋଷଣା କରିଛନ୍ତି । ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପି ସର୍ବାଧିକ ୨୪୦ ଆସନ ଜିତିଥିବାବେଳେ କଂଗ୍ରେସକୁ ମିଳିଛି ୯୯ ଆସନ।

ମହାରାଷ୍ଟ୍ରର ବିଡ୍ ନିର୍ବାଚନମଣ୍ଡଳୀର ଫଳାଫଳ ସ୍ପଷ୍ଟ ହେବା ପରେ ଲୋକସଭା ନିର୍ବାଚନ ୨୦୨୪ର ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତିି ନିର୍ବାଚନ କମିଶନ। ବିଡ୍ ନିର୍ବାଚନମଣ୍ଡଳୀରେ ଏନସିପି (ଶରଦ ପାୱାର) ପ୍ରାର୍ଥୀ ବଜରଙ୍ଗ ମନୋହର ସୋନାୱାନେ ବିଜେପିର ପଙ୍କଜା ମୁଣ୍ଡେଙ୍କୁ ୬,୫୫୩ ଭୋଟରେ ପରାସ୍ତ କରିଛନ୍ତିି।

ଲୋକସଭାର ମୋଟ ୫୪୩ ଆସନ ମଧ୍ୟରୁ ୫୪୨ ପାଇଁ ଭୋଟ୍ ଗଣତି ହୋଇଥିଲା । କାରଣ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ସୁରଟରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ।

ନିର୍ବାଚନ କମିଶନ ୱେବସାଇଟର ସଦ୍ୟତମ ତଥ୍ୟ ଅନୁଯାୟୀ ଲୋକସଭା ନିର୍ବାଚନରେ ବିଭିନ୍ନ ଦଳକୁ ମିଳିଥିବା ଆସନ ସଂଖ୍ୟା :

ବିଜେପି – ୨୪୦

କଂଗ୍ରେସ – ୯୯

ସମାଜବାଦୀ ପାର୍ଟି – ୩୭

ତୃଣମୂଳ କଂଗ୍ରେସ – ୨୯

ଡିଏମକେ – ୨୨

ତେଲୁଗୁ ଦେଶମ୍ ପାର୍ଟି – ୧୬

ଜେଡି (ୟୁ) – ୧୨

ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) – ୯

ଏନସିପି (ଶରଦ ପାୱାର) – ୮

ଶିବସେନା – ୭

ଲୋକ ଜନତା ପାର୍ଟି (ରାମବିଳାସ) – ୫

ଓ୍ବାଇଏସ୍ଆର୍ କଂଗ୍ରେସ – ୪

ଆରଜେଡି – ୪

ସିପିଆଇ (ଏମ୍) – ୪

ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ – ୩

ଆପ୍ – ୩

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା – ୩

ଜନସେନା ପାର୍ଟି – ୨

ସିପିଆଇ (ଏମ୍ଏଲ୍) (ଲିବରେସନ) – ୨

ଜେଡି (ଏସ୍) – ୨

ବିଦୁଥାଇ ଚିରୁଥାଇଗାଲ କାଚି – ୨

ସିପିଆଇ – ୨

ରାଷ୍ଟ୍ରୀୟ ଲୋକ ଦଳ – ୨

ନ୍ୟାସନାଲ କନଫରେନ୍ସ – ୨

ୟୁନାଇଟେଡ୍ ପିପୁଲ୍ସ ପାର୍ଟି, ଲିବରାଲ୍ – ୧

ଆସାମ ଗଣ ପରିଷଦ – ୧

ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ସେକ୍ୟୁଲାର) – ୧

କେରଳ କଂଗ୍ରେସ – ୧

ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି – ୧

ଏନସିପି -୧

ଭଏସ୍ ଅଫ୍ ଦି ପିପୁଲ୍ସ ପାର୍ଟି – ୧

ଜୋରାମ ପିପୁଲ୍ସ ମୁଭମେଣ୍ଟ – ୧

ଶିରୋମଣି ଅକାଳୀ ଦଳ – ୧

ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି – ୧

ଭାରତ ଆଦିବାସୀ ପାର୍ଟି – ୧

ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା – ୧

ମାରୁମଲାର୍ଚି ଦ୍ରାବିଡ ମୁନ୍ନେତ୍ର କଜଗାମ – ୧

ଆଜାଦ ସମାଜ ପାର୍ଟି (କାଂଶିରାମ) – ୧

ଆପନା ଦଳ (ସୋନିଲାଲ୍) – ୧

ଆଜସୁ ପାର୍ଟି – ୧

ଏଆଇଏମ୍ଆଇଏମ୍ – ୧

ସ୍ୱାଧୀନ – ୭

Exit mobile version