Site icon ଆଜିକାଲି

ଆଜି ଲୋକସଭା ବାଚସ୍ପତି ନିର୍ବାଚନ: ଓମ୍‌ ବିର୍ଲା ବନାମ କେ ସୁରେଶ

ନୂଆଦିଲ୍ଲୀ: ଭାରତର ସଂସଦୀୟ ଗଣତନ୍ତ୍ର ଇତିହାସରେ ଚତୁର୍ଥ ଥର ପାଇଁ ଲୋକସଭା ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ବାଚସ୍ପତି ପଦ ପାଇଁ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ଏବଂ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କ ମଧ୍ୟରେ ଆଜି ଲଢ଼େଇ ହେବ। ବୁଧବାର ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ଏହି ନିର୍ବାଚନରେ ରାଜସ୍ଥାନର କୋଟାରୁ ତିନି ଥର ସାଂସଦ ହୋଇଥିବା ବିଜେପି ପ୍ରାର୍ଥୀ ଓମ୍ ବିର୍ଲାଙ୍କ ସହ କେରଳର ମାଭେଲିକାରୁ ୮ ଥର ସାଂସଦ ଥିବା କଂଗ୍ରେସ ପ୍ରାର୍ଥୀ କୋଡିକୁନିଲ ସୁରେଶଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ।

୨୦୧୯ରେ ଶାସକ ଦଳ ଓ ବିରୋଧୀଙ୍କ ମଧ୍ୟରେ ସହମତି ଭିତ୍ତିରେ ଲୋକସଭା ବାଚସ୍ପତି ଚୟନ କରାଯାଇଥିଲା। ଏଥର ମଧ୍ୟ ସହମତି ଆଣିବା ଲାଗି ସମସ୍ତ ପ୍ରୟାସ କରାଯାଇଥିଲା। କିନ୍ତୁ କ୍ଷମତାସୀନ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ ବିରୋଧୀ ଦଳ କେତେକ ସର୍ତ୍ତ ଆରୋପ କରିବାରୁ ଦୁଇ ପକ୍ଷ ମଧ୍ୟରେ କଥାବାର୍ତ୍ତା ବିଫଳ ହୋଇଛି। ତେଣୁ ୪୮ ବର୍ଷ ପରେ ବାଚସ୍ପତି ନିର୍ବାଚନ ‌ହେବାକୁ ଯାଉଛି। ଶେଷ ଥର ଲାଗି ୧୯୭୬ରେ ନିର୍ବାଚନ ‌ହୋଇଥିଲା। ଏହାପର ଠାରୁ ସହମତି ଭିତ୍ତିରେ ବାଚସ୍ପତି ନିର୍ବାଚିତ ହୋଇ ଆସୁଥିଲେ।

FacebookTwitterLinkedinWhatsapp
Exit mobile version