Site icon ଆଜିକାଲି

ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ନୂଆ ସିଡିଏସ୍

ନୂଆଦିଲ୍ଲୀ: ଦେଶକୁ ମିଳିଛି ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) । ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁର ପ୍ରାୟ ୯ ମାସ ପରେ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଅନିଲ ଚୌହାନଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ଜେନେରାଲ ଚୌହାନ ମେ ୨୦୨୧ରେ ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ପଦରୁ ଅବସର ଗ୍ରହଣ କରିଥିଲେ ।

ଜେନେରାଲ ବିପିନ ରାୱତଙ୍କ ଦେଶର ପ୍ରଥମ ସିଡିଏସ୍ ଥିଲେ । ଗତ ବର୍ଷ ଡିସେମ୍ବରରେ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ କେବଳ ବାୟୁସେନା ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ଜୀବିତ ଉଦ୍ଧାର ହୋଇଥିଲେ । ତେବେ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Exit mobile version