Site icon ଆଜିକାଲି

ଲକ୍ଷ୍ନୌ : କାନ୍ଥ ଭୁଶୁଡ଼ି ୩ ଶିଶୁଙ୍କ ସହ ୯ ମୃତ

ଲକ୍ଷ୍ନୌ: ପ୍ରବଳ ବର୍ଷା ଯୋଗୁଁ ଲକ୍ଷ୍ନୌର କ୍ୟାଣ୍ଟ ଅଞ୍ଚଳ ଦିଲକୁଶାରେ ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ି ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ମହିଳା ଓ ୩ ଶିଶୁ ଅଛନ୍ତି। ଏହି ଘଟଣାରେ ୨ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳ ଠାରୁ ସହରରେ ବର୍ଷା ଜାରି ରହିଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

Exit mobile version