Site icon ଆଜିକାଲି

ଇସ୍ରୋକୁ ସଫଳତା ! ଚନ୍ଦ୍ର କକ୍ଷପଥରୁ ପୃଥିବୀ କକ୍ଷପଥକୁ ସଫଳତାର ସହ ଫେରି ଆସିଲା ଚନ୍ଦ୍ରଯାନର ପ୍ରପଲସନ୍ ମଡ୍ୟୁଲ୍

ନୂଆଦିଲ୍ଲୀ : ମିଶନ ଚନ୍ଦ୍ରଯାନରେ ଇସ୍ରୋକୁ ଆଉ ଏକ ବଡ଼ ସଫଳତା । ଚନ୍ଦ୍ର କକ୍ଷପଥରୁ ସଫଳତାର ସହ ଫେରି ଆସିଲା ଚନ୍ଦ୍ରଯାନର ପ୍ରପଲସନ୍ ମଡ୍ୟୁଲ୍ । ଏକ ସ୍ବତନ୍ତ୍ର ପରୀକ୍ଷଣରେ ପ୍ରପଲସନ୍ ମଡ୍ୟୁଲକୁ ଚନ୍ଦ୍ର କକ୍ଷପଥରୁ ପୃଥିବୀ କକ୍ଷପଥକୁ ଅଣାଯାଇଛି । ଚନ୍ଦ୍ରଯାନ ମିଶନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା । ଚନ୍ଦ୍ର ମିଶନ ଲକ୍ଷ୍ୟ ଅତିକ୍ରମ କରିବାରେ ଇସ୍ରୋକୁ ସହାୟତା କରିଥିଲା ପ୍ରପଲସନ୍ ମଡ୍ୟୁଲ୍ । ପ୍ରପଲସନ୍ ମଡ୍ୟୁଲରେ ସ୍ପେକ୍ଟ୍ରୋ-ପୋଲାରିମେଟ୍ରି ଅଫ୍ ହାବିଟେବଲ ପ୍ଲାନେଟ ଆର୍ଥ ରହିଛି ।

ଇସ୍ରୋ ଏକ୍ସ ଜରିଆରେ ଟ୍ଵିଟ୍‌ କରି କହିଛି, ‘ଚନ୍ଦ୍ରଯାନ-୩ ମିଶନ, ସିଏଚ-୩ ପ୍ରପଲସନ୍‌ ମଡ୍ୟୁଲ ସଫଳ ଭାବ ଚକ୍କର କାଟିଛି ! ପ୍ରପଲସନ୍ ମଡ୍ୟୁଲ୍ ପୃଥିବୀ କ’ପଥକୁ ଫେରିଆସିଛି ।

ଚନ୍ଦ୍ର କକ୍ଷପଥରେ ପରିକ୍ରମା କରିବା ପରଠୁ ପ୍ରପଲସନ ମଡ୍ୟୁଲରେ ଥିବା ବୈଜ୍ଞାନିକ ଉପକରଣ ଇସ୍ରୋକୁ ପର୍ଯ୍ୟାପ୍ତ ତଥ୍ୟ ପଠାଇଥିଲା । ଏହା ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ ଚନ୍ଦ୍ରପୃଷ୍ଠକୁ ନେଇଥିବା ମଡ୍ୟୁଲକୁ ମଧ୍ୟ ସାଙ୍ଗରେ ବି ନେଇଥିଲା । ଚନ୍ଦ୍ରର ଉପଯୁକ୍ତ କକ୍ଷପଥରେ ଦୁଇ ମଡ୍ୟୁଲ ପରସ୍ପରଠାରୁ ଅଲଗା ହୋଇଥିଲେ ।

Exit mobile version