Site icon ଆଜିକାଲି

ଧବଳମୁଖୀ ବେଶରେ ମାଁ ସମଲେଶ୍ବରୀ

ସମ୍ବଲପୁର: ପବିତ୍ର ମହାଳୟାରେ ମାଁ ସମଲେଶ୍ବରୀ ଆଜି ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶ ଦର୍ଶନ ପାଇଁ ବିଳମ୍ବିତ ରାତିରୁ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଛି।

ମହାଳୟା ତିଥିରେ ମାଁ ସମଲେଶ୍ବରୀ ଧବଳମୁଖୀ ବେଶ ଧାରଣ କରିଥାନ୍ତି। ଏହାକୁ ଗଙ୍ଗା ବେଶ ବି କୁହାଯାଇଥାଏ। ମହାଳୟାରେ ପିତୃପୁରୁଷଙ୍କୁ ତର୍ପଣ କରି ମାଁଙ୍କୁ ଏହି ବେଶରେ ଦର୍ଶନ କଲେ ଗଙ୍ଗା ଦର୍ଶନର ପୂଣ୍ଯ ମିଳିବା ସହିତ ପିତୃଗଣଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ଵାସ ରହିଛି। ଏଥିପାଇଁ ମାଁଙ୍କ ଏହି ରୂପ ଦର୍ଶନ ପାଇଁ ଦୂରଦୁରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

ଗତକାଲି ରାତିରେ ମନ୍ଦିର ପୂଜକମାନେ ମାଁଙ୍କ ଦେହରୁ ସିନ୍ଦୁର ଛଡାଇ ଚନ୍ଦନ ଚର୍ଚ୍ଚିତା କରିଥିଲେ। ଏହି ବେଶରେ ମାଁ ଶ୍ଵେତବର୍ଣ୍ଣ ଧାରଣ କରିଥାନ୍ତି। ଶ୍ଵେତବର୍ଣ୍ଣ ଶରୀର ସହ ଶ୍ୱେତବସ୍ତ୍ର ଏବଂ ଶ୍ବେତପୁଷ୍ପରେ ମାଁଙ୍କ ଏହି ରୂପ ଅତି ଶାନ୍ତ ଓ ସୌମ୍ୟ। ଧବଳମୁଖୀ ବେଶରେ ମାଁଙ୍କୁ ସଜ୍ଜିତ କରିବା ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଥିଲା। ପରେ ସକାଳ ୬ଟାରୁ ଭକ୍ତଙ୍କ ଦର୍ଶନ ପାଇଁ ଦ୍ବାର ଉନ୍ମୁକ୍ତ ହୋଇଥିଲା। ଆଜି ସକାଳୁ ହଜାର ହଜାର ଭକ୍ତ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ଧାଡି ଲଗାଇଥିବା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ଯ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ନେତୃତ୍ବରେ ପୂଜାବିଧି ସଂପନ୍ନ ହୋଇଛି

FacebookTwitterLinkedinWhatsapp
Exit mobile version