0 Comment
ସମ୍ବଲପୁର: ପବିତ୍ର ମହାଳୟାରେ ମାଁ ସମଲେଶ୍ବରୀ ଆଜି ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶ ଦର୍ଶନ ପାଇଁ ବିଳମ୍ବିତ ରାତିରୁ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଛି। ମହାଳୟା ତିଥିରେ ମାଁ ସମଲେଶ୍ବରୀ ଧବଳମୁଖୀ ବେଶ ଧାରଣ କରିଥାନ୍ତି। ଏହାକୁ ଗଙ୍ଗା ବେଶ ବି କୁହାଯାଇଥାଏ। ମହାଳୟାରେ ପିତୃପୁରୁଷଙ୍କୁ ତର୍ପଣ କରି ମାଁଙ୍କୁ ଏହି ବେଶରେ ଦର୍ଶନ କଲେ ଗଙ୍ଗା ଦର୍ଶନର ପୂଣ୍ଯ ମିଳିବା ସହିତ ପିତୃଗଣଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ଵାସ ରହିଛି।... Read More