Site icon ଆଜିକାଲି

ମହାଭାରତର ‘ଶକୁନି ମାମା’ ଅଭିନେତା ଗୁଫି ପେଣ୍ଟଲଙ୍କ ଦେହାନ୍ତ

ମୁମ୍ବାଇ : ମହାଭାରତରେ ‘ଶକୁନି ମାମା’ ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ତଥା ଭେଟେରାନ୍ ଅଭିନେତା ଗୁଫି ପେଣ୍ଟଲଙ୍କ ଦେହାନ୍ତ ହୋଇଛି । ଗୁଫି ପେଣ୍ଟଲ ଗତ ୧୦ ଦିନ ଧରି ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରୁଥିଲେ । ମୁମ୍ବାଇର ଏକ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ତେବେ ଦୁଇ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟରେ ଅନେକ ଉନ୍ନତି ଦେଖିବାକୁ ମିଳିଥିଲା ​​। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ସଦସ୍ୟ ଆଶା କରିଥିଲେ ଯେ ସେ ସୁସ୍ଥ ହେବା ପରେ ଘରକୁ ଯିବେ। କିନ୍ତୁ ଆଜି ସେ ଜୀବନର ଯୁଦ୍ଧରେ ହାରିଗଲେ । ଗୁଫିଙ୍କର ମୃତ୍ୟୁ ହୋଇଛି। ଗୁଫି ପେଣ୍ଟଲଙ୍କ ପୁତୁରା ହିତେନ ପେଣ୍ଟଲ ଏହି ସୂଚନ ଦେଇଛନ୍ତି। ସେ କହିଥିଲେ ଯେ ଅନେକ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । ଆଜି ସକାଳ ପ୍ରାୟ ୯ ଟା ସମୟରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ଶେଷ ରୀତିନୀତି ଅପରାହ୍ନ ୪ଟା ସମୟରେ ଅନ୍ତିମ ସଂସ୍କାର କରାଯିବ

କହିବାକୁ ଗଲେ ଅଭିନେତ୍ରୀ ଟିନା ଘାଇ ପ୍ରଥମେ ଗୁଫିଙ୍କ ସ୍ୱାସ୍ଥ୍ୟ ବିଷୟରେ ଏକ ଅପଡେଟ୍‌ ଦେଇଥିଲେ । ଟିନା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଗୁଫି ଜି ଅସୁବିଧାରେ ଅଛନ୍ତି, ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ … ”ଏହା ପରେ ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରାର୍ଥନା ଆରମ୍ଭ ହୋଇଥିଲା।

Exit mobile version