Site icon ଆଜିକାଲି

ମହାନଦୀ ଜଳବିବାଦ : ଛତିଶଗଡ ପରିଦର୍ଶନ ପାଇଁ ଯିବେ ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ : ମହାନଦୀ ଟ୍ରିବ୍ୟୁନାଲ ଶୁଣାଣି ଅନୁସାରେ ଛତିଶଗଡ ପରିଦର୍ଶନ ପାଇଁ ଯିବେ ଟ୍ରିବ୍ୟୁନାଲ। ଦୁଇଟି ପର୍ଯ୍ୟାୟରେ ପ୍ରଥମେ ଛତିଶଗଡକୁ ଯାଇ ସ୍ଥିତି ପରଖିବେ ଟ୍ରିବ୍ୟୁନାଲ। ତେବେ ପ୍ରଥମ ପର୍ଯ୍ୟାୟ ୧୭ ଏପ୍ରିଲରୁ ୨୧ ପର୍ଯ୍ୟନ୍ତ ପରିଦର୍ଶନ କରିବେ। ଛତିଶଗଡ ମହାନଦୀ ଅବବାହିକା ଉପର ଅଞ୍ଚଳରୁ ମଧ୍ୟ ଅଞ୍ଚଳ ପର୍ଯ୍ୟନ୍ତ ପରିଦର୍ଶନ କରିବେ। ଦ୍ବିତୀୟ ପର୍ଯ୍ୟାୟରେ ୨୯ରୁ ମେ ୩ ଯାଏ ମହାନଦୀ ମଧ୍ୟ ଅବବାହିକା ଅଞ୍ଚଳରୁ ତଳିଆ ଅଞ୍ଚଳ ପର୍ଯ୍ୟନ୍ତ ପରିଦର୍ଶନ କରିବେ। ୧୭ ଏପ୍ରିଲରେ ହେବ ପରବର୍ତ୍ତୀ ଶୁଣାଣି। ଛତିଶଗଡରେ ହିଁ ଶୁଣାଣି କରିବେ ଟ୍ରିବ୍ୟୁନାଲ।

ଏପଟେ ଘଟଣାସ୍ଥଳର ସାଟେଲାଇଟ୍ ଡାଟା ଦେବାକୁ ଏନଆରଏସସିକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତଥ୍ୟ ନଦେଇପାରିବେ ତାହେଲେ କାରଣ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Exit mobile version