Site icon ଆଜିକାଲି

ନଭେମ୍ବର ୨ରେ ଏଥିକ୍ସ କମିଟି ସମ୍ମୁଖରେ ହାଜର ହେବେ ମହୁଆ ମୈତ୍ର

ନୂଆଦିଲ୍ଲୀ: ଲୋକସଭା ନୈତିକତା (ଏଥିକ୍ସ) କମିଟି ଶନିବାର ତୃଣମୂଳ ସାଂସଦ ମହୁଆ ମୈତ୍ର ଅକ୍ଟୋବର ୩୧ ପରିବର୍ତ୍ତେ ନଭେମ୍ବର ୨ ତାରିଖରେ ହାଜର ହେବାକୁ କହିଛି। ଏହାପରେ ଆଉ କୌଣସି ଅବଧି ବୃଦ୍ଧି କରାଯିବ ନାହିଁ ବୋଲି କମିଟି କହିଛି।

ଶୁକ୍ରବାର ଦିନ ମୈତ୍ର ତାଙ୍କ ବିରୋଧରେ ଆସିଥିବା ‘କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗର ତଦନ୍ତ କରୁଥିବା ଲୋକସଭାର ନୈତିକତା କମିଟିକୁ ଚିଠି ଲେଖିଥିଲେ ଏବଂ ଅକ୍ଟୋବର ୩୧ରେ ହାଜର ହେବାକୁ ଅସମର୍ଥତା ପ୍ରକାଶ କରି କହିଥିଲେ ଯେ ସେ ନଭେମ୍ବର ୫ ପରେ ହିଁ ସେ ଉପଲବ୍ଧ ହେବେ। ପ୍ୟାନେଲ୍‌ ଅଧ୍ୟକ୍ଷ ବିନୋଦ ସୋନକରଙ୍କୁ ଲେଖିଥିବା ଚିଠିରେ ମୈତ୍ର କହିଥିଲେ ଯେ ସେ ଶାରୀରିକ ଭାବେ ଏଥିକ୍ସ କମିଟିରେ ଯୋଗଦେବା ଏବଂ ଅପମାନଜନକ ଅଭିଯୋଗ ବିରୋଧରେ ନିଜର ପ୍ରତିରକ୍ଷା ଉପସ୍ଥାପନ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଏବଂ ତାଙ୍କୁ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ଜେରା କରିବାର ଅଧିକାର ବ୍ୟବହାର କରିବାକୁ ଅନୁମତି ଦିଆଯାଉ।

ସେ ଆହୁରି ମଧ୍ୟ କହଥିଲେ ଯେ ହିରାନନ୍ଦାନୀ କମିଟି ସମ୍ମୁଖରେ ହାଜର ହେବା ଉଚିତ ଏବଂ ସେ ମୋତେ ଦେଇଥିବା ଉପହାର ଏବଂ ଅନୁଗ୍ରହର ବିସ୍ତୃତ ଯାଞ୍ଚ ତାଲିକା ପ୍ରଦାନ କରିବା ଉଚିତ୍‌। ଏହାର ଜବାବରେ ଲୋକସଭା ନୈତିକତା କମିଟି ତାଙ୍କ ହାଜର ତାରିଖକୁ ତିନି ଦିନ ବୃଦ୍ଧି କରି ନଭେମ୍ବର ୨ ତାରିଖରେ ହାଜର ହେବାକୁ କହିଛି। ତେବେ କମିଟି ଆହୁରି ଅବଧି ବୃଦ୍ଧି ପାଇଁ କୌଣସି ଅନୁରୋଧକୁ ଗ୍ରହଣ କରିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛି।

Exit mobile version