Site icon ଆଜିକାଲି

ମୈନପୁରୀ ଉପନିର୍ବାଚନ: ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ଡିମ୍ପଲ୍ ଯାଦବ ​

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ଏସପି) ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନ ବଜାୟ ରଖିଛି । ଏହି ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ଏସପି ପ୍ରାର୍ଥୀ ତଥା ମୁଲାୟମ ସିଂହ ଯାଦବଙ୍କ ବୋହୂ ଡିମ୍ପଲ୍ ଯାଦବ ​​ବିଜୟୀ ହୋଇଛନ୍ତି । ସେ ବିଜେପିର ରଘୁରାଜ ଶାକ୍ୟଙ୍କୁ ୨,୮୮,୪୬୧ ଭୋଟରେ ପରାସ୍ତ କରିଛନ୍ତି। ଏହି ଉପନିର୍ବାଚନରେ ବିଜେପିର ସମସ୍ତ ଗଣିତ ଭୁଲ୍ ସାବ୍ୟସ୍ତ ହୋଇଥିଲା। ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପରଲୋକ ପରେ ମୈନପୁରୀ ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା ।

ମୈନପୁରୀ ଆସନରେ ବିଜୟ ସହ ସମାଜବାଦୀ ପାର୍ଟିରୁ ଆଉ ଏକ ବଡ଼ ଖବର ଆସିଛି । ସମାଜବାଦୀ ପାର୍ଟି ସହ ମୁଲାୟମଙ୍କ ଭାଇ ଶିବପାଲ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ମିଶ୍ରଣ ହୋଇଛି । ସୈଫାଇରେ ଅଖିଳେଶ ଦାଦା ଶିବପାଲ ଯାଦବଙ୍କୁ ଭେଟି ତାଙ୍କୁ ପାର୍ଟି ପତାକା ଦେଇଥିଲେ। ଏହି ଅବସରରେ ଏସପି ଓ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଶତାଧିକ ସମର୍ଥକ ଉପସ୍ଥିତି ଥିଲେ।

Exit mobile version