Site icon ଆଜିକାଲି

ଭାରତୀୟ ସେନା ବର୍ଦ୍ଦିରେ ବଡ଼ ପରିବର୍ତ୍ତନ, ବ୍ରିଗେଡିୟର ଏବଂ ଉପରିସ୍ଥ ରାଙ୍କ୍‌ର ଅଧିକାରୀ ପିନ୍ଧିବେ ସମାନ ବର୍ଦ୍ଦି

ନୂଆଦିଲ୍ଲୀ : ଭାରତୀୟ ସେନା ବ୍ରିଗେଡିୟର ଏବଂ ଏହା ଉପରିସ୍ଥ ରାଙ୍କ୍‌ ଅଧିକାରୀଙ୍କ ବର୍ଦ୍ଦିକୁ ନେଇ ବଡ଼ ନିଷ୍ପତ୍ତି ନେଇଛି। ସବୁ କ୍ୟାଡରର ବ୍ରିଗେଡିୟର ଏବଂ ଉପରିସ୍ଥ ରାଙ୍କର ଅଧିକାରୀଙ୍କ ପାଇଁ ସମାନ ବର୍ଦ୍ଦି ଲାଗୁ କରିବାର ନିଷ୍ପତ୍ତି ନେଇଛି। ରିପୋର୍ଟ ଅନୁଯାୟୀ ଅଗଷ୍ଟ ୧ରୁ ଏହି ନିୟମ ଲାଗୁ ହେବ। ନିକଟରେ ହୋଇଥିବା ସେନା କମାଣ୍ଡର ସ୍ତରୀୟ ସମ୍ମିଳନୀରେ ବିସ୍ତୃତ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ନିଷ୍ପତ୍ତି ଅନୁଯାୟୀ, ବରିଷ୍ଠ ଅଧିକାରୀଙ୍କ ଟୋପି, କାନ୍ଧରେ ବ୍ୟାଜ୍, ଗୋରଗେଟ ପ୍ୟାଚ୍‌, ବେଲ୍ଟ ଏବଂ ଜୋତା ସବୁ ଏକାଭଳି ହେବ। ତେବେ କଣ୍ଣେର୍ଲର୍ ଏବଂ ତଳ ରାଙ୍କର ଅଧି୍କାରୀଙ୍କ ବର୍ଦ୍ଦିରେ କୌଣସି ପରିବର୍ତ୍ତନ କରାଯିବନାହିଁ। ସେନାରେ ପ୍ରତ୍ୟେକ ରେଜିମେଣ୍ଟର କାମ ପ୍ରାୟତଃ ସମାନ ରହିଥାଏ। ରେଜିମେଣ୍ଟ ଗୁଡ଼ିକରେ କାର୍ଯ୍ୟପ୍ରଣାଳୀର କୌଣସି ଭିନ୍ନତା ନଥାଏ। ତେଣୁ ଯବାନଙ୍କ ମଧ୍ୟରେ ସମାନ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା ତଥା ମଜବୁତ କରିବା ପାଇଁ ଭାରତୀୟ ସେନା ବ୍ରିଗେଡିୟର ଏବଂ ତାହା ଉପରର ରାଙ୍କ୍‌ ଅଧିକାରୀଙ୍କ ପାଇଁ ଗୋଟିଏ ପ୍ରକାର ବର୍ଦ୍ଦି ନିଷ୍ପତ୍ତି ନେଇଛି। ଏହା ଏକ ନିରପେକ୍ଷ ଏବଂ ନ୍ୟାୟସଙ୍ଗତ ସଂଗଠନ ହେବା ପାଇଁ ଭାରତୀୟ ସେନାର ଚରିତ୍ରକୁ ମଧ୍ୟ ମଜବୁତ କରିବ। ଏହା ଏକ ନିରପେକ୍ଷ ଏବଂ ନ୍ୟାୟସଙ୍ଗତ ସଂଗଠନ ହେବା ପାଇଁ ଭାରତୀୟ ସେନାର ଚରିତ୍ରକୁ ମଧ୍ୟ ମଜବୁତ କରିବ।

ଭାରତୀୟ ସେନାରେ ବ୍ରିଗେଡିୟର ଏବଂ ଉପରର ଅଧିକାରୀ ସେମାନେ ହୋଇଥାନ୍ତି ଯେଉଁମାନେ ପୂର୍ବରୁ ୟୁନିଟ୍‌, ବାଟାଲିୟର ଦାୟିତ୍ବ ସମ୍ଭାଳି ସାରିଥାନ୍ତି ଏବଂ ଅଧିକାର ମୁଖ୍ୟାଳୟ କିମ୍ବା ପ୍ରତିଷ୍ଠାନରେ ନିଯୁକ୍ତ ହୋଇଥାନ୍ତି।

Exit mobile version