Site icon ଆଜିକାଲି

କାର ଦୁର୍ଘଟଣାରେ ମଲାୟାଲମ ଅଭିନେତା କୋଲ୍ଲମ ସୁଧିଙ୍କ ମୃତ୍ୟୁ, ୩ ଆହତ

ମୁମ୍ଵାଇ : ମଲାୟାଲମ ଅଭିନେତା କୋଲ୍ଲମ ସୁଧିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା। ଏନେଇ ପୋଲିସ କହିଛି ଯେ କୋଲ୍ଲମ ଯେଉଁ କାରରେ ଯାଉଥିଲେ ସୋମବାର ସକାଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ଆଉ ତିନି କଳାକାର ଆହତ ହୋଇଛନ୍ତି।

ଖବର ଅନୁଯାୟୀ, ଏକ କାର୍ଯ୍ୟକ୍ରମ ଶେଷ କରିବା ପରେ ସୁଧୀ ଏବଂ ମିମିକ୍ରି କଳାକାର ଏକାଠି ଘରକୁ ଫେରୁଥିଲେ। ଏହି ଦୁର୍ଘଟଣାରେ ସୁଧୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ କୋଡୁଙ୍ଗାଲୁରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେ ଘଟଣାସ୍ଥାଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଆହତମାନେ କୋଡୁଙ୍ଗାଲୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏଥିସହ ପୋଲିସ କହିଛି ଯେ କାରରେ ସୁଧୀ (୩୯), ଉଲାସ ଅରୋର, ବିନୁ ଆଦିମାଲି ଏବଂ ମହେଶ ଥିଲେ। ସକାଳ ୪.୩୦ ସମୟରେ ତାଙ୍କ କାର ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁଥିରେ ସୁଧିଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନେ ଆହତ ହୋଇଥିଲେ ।

ସୁଧୀଙ୍କ ମୃତ୍ୟୁ ଖବର ମଲାୟାଲମ୍ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସମସ୍ତ ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟମନ ସୁଧୀଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ଅଭିନେତା କଲାଭବନ ଶଜୋନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସ୍ୱର୍ଗତ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି, “ପ୍ରିୟ ବନ୍ଧୁଙ୍କୁ … ସମବେଦନା …”

Exit mobile version