Site icon ଆଜିକାଲି

ଆଜି ଇସ୍ତଫା ଦେଇପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍‌ ସିଂ

ନୂଆଦିଲ୍ଲୀ : ଆଜି ଇସ୍ତଫା ଦେଇପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍‌ ସିଂ । ମଣିପୁର ରାଜ୍ୟପାଳଙ୍କୁ ଭେଟିବେ ଏନ ବିରେନ ସିଂ । ରାଜ୍ୟପାଳଙ୍କୁ ସେ ଇସ୍ତଫା ପତ୍ର ଦେଇପାରନ୍ତି । ୬୦ ଦିନରୁ ଅଧିକ ହେବ ମଣିପୁରରେ ହିଂସା ଲାଗିରହିଛି । ଶାନ୍ତି ଫେରାଇବାରେ ଅସମର୍ଥ କାରଣରୁ ସେ ଇସ୍ତଫା ଦେଇପାରନ୍ତି ।

ସୂଚନା ଅନୁଯାୟୀ, ଇସ୍ତଫା ଦିଅନ୍ତୁ ନଚେତ୍‌ କେନ୍ଦ୍ର ପଦକ୍ଷେପ ନେବ ଓ ଶାସନ ଭାର ନେବ ବୋଲି ଏନ ବିରେନ୍‌ ସିଂଙ୍କୁ ବିକଳ୍ପ ଦିଆଯାଇଥିଲା । ମଣିପୁରରେ ହିଂସା ଲାଗି ରହିଛି । ସଂରକ୍ଷଣ ପ୍ରସଙ୍ଗରେ ମେ ୩ ତାରିଖରେ ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା। ଏହା ପରଠାରୁ ମଣିପୁରକୁ ଶାନ୍ତି ଫେରିନି। ହିଂସାରେ ଏବେ ଯାଏ ୧୩୦ ଜଣଙ୍କ ମୃତ୍ୟୁ ହୋଇଛି ।

Exit mobile version