Site icon ଆଜିକାଲି

ଭୂକମ୍ପରେ ଥରିଲା ମଣିପୁର, ରିକ୍ଟର ସ୍କେଲରେ ତିବ୍ରତା ୩.୨

ନୂଆଦିଲ୍ଲୀ : ମଣିପୁରର ନୋନିରେ ଭୂକମ୍ପ ଝଟକା । ସୋମବାର ରାତି ପ୍ରାୟ ୨ଟା ୪୬ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହା ଭୂପୃଷ୍ଠରୁ ୨୫ କିଲୋମିଟର ଗଭିରତାରେ ଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୨ ଥିବା ରେକର୍ଡ ହୋଇଛି। ଏଥିରେ କୌଣସି ପ୍ରକାର କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ସେହିପରି ତାଜକିସ୍ତାନ ଓ ଆଫଗାନିସ୍ଥାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ତାଜିକିସ୍ତାନରେ ଭୂକମ୍ପର ତୀବ୍ରତା ୪.୩ ରହିଥିବା ବେଳେ ଆଫଗାନିସ୍ଥାନରେ ୪.୨ ତୀବ୍ରତାର ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯଇଛି।

Exit mobile version