Site icon ଆଜିକାଲି

ଆପକୁ ଭାଙ୍ଗିବାକୁ ବିଜେପି ମେସେଜ୍ ପଠାଇଥିବା ନେଇ ଦାବି କଲେ ସିସୋଦିଆ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ନେଇ ସିବିଆଇ ରାଡାରରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଚାଞ୍ଚଲ୍ୟକର ଦାବି କରିଛନ୍ତି । ସିସୋଦିଆ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍)କୁ ଭାଙ୍ଗିବା ପାଇଁ ବିଜେପି ତାଙ୍କୁ ମେସେଜ୍ ପଠାଇଛି । ଏବଂ ଏପରି କଲେ ତାଙ୍କ ବିରୋଧରେ ସବୁ ମାମଲା ବନ୍ଦ କରିଦିଆଯିବ। ମନୀଷ ସିସୋଦିଆ ଟ୍ୱିଟ୍ କରି କହିଛନ୍ତି ଯେ ବିଜେପିର ମେସେଜ୍ ମୋ ପାଖକୁ ଆସିଛି – “ଆପ୍” ଭାଙ୍ଗନ୍ତୁ ଏବଂ ବିଜେପିରେ ଯୋଗ ଦିଅନ୍ତୁ, ସମସ୍ତ ସିବିଆଇ, ଇଡି ମାମଲା ବନ୍ଦ ହୋଇଯିବ। ବିଜେପିକୁ ମୋର ଉତ୍ତର – ମୁଁ ମହାରାଣା ପ୍ରତାପଙ୍କ ବଂଶଧର, ମୁଁ ଜଣେ ରାଜପୁତ, ମୋ ମୁଣ୍ଡ କଟିଯିବ ପଛେ ଦୁର୍ନୀତିଗ୍ରସ୍ତ ଷଡଯନ୍ତ୍ରକାରୀଙ୍କ ଆଗରେ ନତମସ୍ତକ ହେବି ନାହିଁ। ମୋ ବିରୋଧରେ ଥିବା ସମସ୍ତ ମାମଲା ମିଥ୍ୟା, ଆପଣ ଯାହା ଚାହୁଁଛନ୍ତି କରନ୍ତୁ |”

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ୍ କରି ବିଜେପିକୁ ଟାର୍ଗେଟ କରିଥିଲେ । କେଜ୍ରିୱାଲ କହିଥିଲେ ଯେ ଯେଉଁ ସମୟରେ ସାଧାରଣ ଲୋକ ଦରବୃଦ୍ଧି ସହ ଲଢ଼ୁଛନ୍ତି, କୋଟି କୋଟି ଯୁବକ ବେକାର ଅଛନ୍ତି, କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ସହ ବେକାରୀ ଏବଂ ମୁଦ୍ରାସ୍ଫୀତିର ମୁକାବିଲା କରିବା ଉଚିତ୍। କିନ୍ତୁ ସେମାନେ ପୂରା ଦେଶ ସହିତ ଲଢ଼ୁଛନ୍ତି | ପ୍ରତିଦିନ ସକାଳେ ଉଠି ସେମାନେ ସିବିଆଇ-ଇଡିର ଖେଳ ଆରମ୍ଭ କରନ୍ତି, ଏପରି ହେଲେ ଦେଶ କିପରି ଆଗେଇବ?”

Exit mobile version