Site icon ଆଜିକାଲି

୧ ଜୁନ ପର୍ଯ୍ୟନ୍ତ ବଢିଲା ମନିଷ ସିସୋଦିଆଙ୍କ ବିଚାରବିଭାଗୀୟ ହାଜତ ମିଆଦ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ଅନିମିତତା ମାମଲାରେ ଗିରଫ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ମଙ୍ଗଳବାର ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ମନିଲଣ୍ଡ୍ରିଂ ମାମଲାରେ ସିସୋଦିଆଙ୍କ ବିଚାରବିଭାଗୀୟ ହାଜତ ମିଆଦ ୧ ଜୁନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଅତିଶୀ ଏକ ଭିଡିଓ ସେୟାର କରି ମନିଷ ସିସୋଦିଆଙ୍କ ପ୍ରତି ଦିଲ୍ଲୀ ପୋଲିସର ଦୁର୍ବ୍ୟବହାର ଅଭିଯୋଗ କରିଛନ୍ତି।

ଅତିଶୀ ମନିଷ ସିସୋଦିଆଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ପୋଲିସ କର୍ମଚାରୀମାନେ ସିସୋଦିଆଙ୍କୁ ଜଣେ ଅପରାଧୀ ଭଳି ତାଙ୍କ କାନ୍ଧରେ ହାତ ପକାଇ ଭିଡିଭିଡି ନେଉଥିବା ଦେଖାଯାଇଛି। ଏହାକୁ ନେଇ ଆମ ଆଦମୀ ପାର୍ଟି ନେତାମାନେ ଦିଲ୍ଲୀ ପୋଲିସ ଉପରେ ବର୍ଷିଛନ୍ତି ଓ ପୋଲିସ କର୍ମଚାରୀମାନଙ୍କୁ ଚାକିରୀରୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି। ଅତିଶୀ ଭିଡିଓ ସେୟାର କରି ଏହି ପୋଲିସ କର୍ମଚାରୀ ମନିଷଜୀଙ୍କ ସହିତ ଆଶ୍ଚର୍ଯ୍ୟ ରକମର ଦୁର୍ବ୍ୟବାହର କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ତେବେ ମନିଷ ସିସୋଦିଆଙ୍କ ସହିତ କଥିତ ଦୁର୍ବ୍ୟବହାର ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ମଧ୍ୟ ଜବାବ ରଖିଛି। ଦିଲ୍ଲୀ ପୋଲିସ କହିଛି ଯେ ରାଉଜ ଏଭେନ୍ୟୁ କୋର୍ଟରେ ସିସୋଦିଆଙ୍କୁ ହାଜର କରିବା ବେଳେ ତାଙ୍କ ପ୍ରତି କଥିତ ଦୁର୍ବ୍ୟବହାରର କଥା ଏକ ଅପପ୍ରଚାର ମାତ୍ର। ଭିଡିଓରେ ପ୍ରସାରିତ ପୋଲିସର ପ୍ରତିକ୍ରିୟା ସୁରକ୍ଷା ଦୃଷ୍ଟିରୁ ଅନିବାର୍ଯ୍ୟ ଥିଲା। ଜୁଡିସିଆଲ କଷ୍ଟଡିରେ ଅଭିଯୁକ୍ତ ମିଡିଆକୁ ବୟାନ ଦେବା ଆଇନ ବିରୁଦ୍ଧ ବୋଲି ପୋଲିସ କହିଛି।

Exit mobile version