Site icon ଆଜିକାଲି

ମେକ୍ସିକୋରେ ଅତର୍କିତ ଗୁଳିକାଣ୍ଡ: ୧୮ ମୃତ, ଏକାଧିକ ଗୁରୁତର

ମେକ୍ସିକୋ : ଅତର୍କିତ ଗୁଳିକାଣ୍ଡ ପରମ୍ପରା ଏବେ ଆମେରିକାରୁ ବାହାରି ପଡୋଶୀ ଦେଶ ମେକ୍ସିକୋରେ ମଧ୍ୟ ଦେଖିବାକୁ ମିଳିଲାଣି । ଆଜି ମେକ୍ସିକୋରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ସ୍ଥାନୀୟ ସମୟ ସକାଳେ ମେକ୍ସିକୋର ରାଜଧାନୀ ମେକ୍ସିକୋ ସିଟି ହଲରେ ଜଣେ ଦୁର୍ବୃତ୍ତର ଅତର୍କିତ ଗୁଳିମାଡରେ ୧୮ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ କିଛି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କାରଯାଇଛି । ଦୁର୍ବୃତ୍ତ ଗିରଫ ହୋଇସାରିଥିବା ଖବର ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥଲେ ସୁଦ୍ଧା ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ଆକ୍ରମଣ ପାଇଁ କେହି ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ସରକାରୀ ଭାବେ ମଧ୍ୟ କିଛି ପ୍ରକାଶ କରାଯାଇନାହିଁ । ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇସାରିଥିବା ବେଳେ ଅନ୍ୟ କିଛି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।ପୋଲିସ ମଧ୍ୟ ହାଇଆର୍ଲଟ ଜାରି କରିଛି ।

Exit mobile version