Site icon ଆଜିକାଲି

ଦିଲ୍ଲୀର ସିଆରପିଏଫ ସ୍କୁଲ ନିକଟରେ ଭୟଙ୍କର ବିସ୍ଫୋରଣ, ତଦନ୍ତ ଜାରି

ନୂଆଦିଲ୍ଲୀ :  ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ । ଆଜି ସକାଳୁ ରୋହିଣୀ ସ୍ଥିତ ପ୍ରଶାନ୍ତି ବିହାର ଅଞ୍ଚଳର ସିଆରପିଏଫ ସ୍କୁଲ ନିକଟରେ ଭୟଙ୍କର ବ୍ଲାଷ୍ଟର ଶୁଣିବାକୁ ମିଳିଛି ଶବ୍ଦ । ଯାହାକୁ ନେଇ ସେହି  ଅଞ୍ଚଳ ଥରି ଉଠିଥିବା ବେଳେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିଲେ। ତେବେ ଏହି ବିସ୍ଫୋରଣ ପରେ ପୂରା ଅଞ୍ଚଳରେ ଧୁଆଁ ହୋଇଯାଇଥିଲା । ଫଳରେ ଭୟଭୀତ ହୋଇ ଲୋକେ ଏଣେ ତେଣେ ଧାଁ-ଦୌଡ଼ କରିଥିଲେ । 

ତେବେ ରୋହିଣୀ ଡିସିପି ଅମିତ୍ ଗୋଏଲଙ୍କ ସୂଚନା ଅନୁଯାୟୀ, ବିସ୍ଫୋରଣର କାରଣ ଜାଣିବାକୁ ବୋମା ଏକ୍ସପର୍ଟଙ୍କୁ ଡକାଯାଇଛି । ବିସ୍ଫୋରଣ କାରଣ ବର୍ତ୍ତମାନ ସମୟରେ ସ୍ପଷ୍ଟ ହୋଇନଥିବା ବେଳେ ଧମାକାର କେନ୍ଦ୍ରବିନ୍ଦୁ ଜାଣିବା ପାଇଁ ଦିଲ୍ଲୀ ପୋଲିସ ଯାଞ୍ଚ କରୁଛି । ବିଶେଷଜ୍ଞ ଟିମଙ୍କ ତଦନ୍ତ ପରେ ଏହାର କାରଣ ଜଣାପଡ଼ିବ ବୋଲି ଡିସିପି କହିଛନ୍ତି । ଅନ୍ୟପଟେ ଦିଲ୍ଲୀ ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛି । ଫରେନ୍ସିକ୍ ସାଇନ୍ସ ଲବରେଟୋରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଏଫଏସଏଲ ଟିମ୍ ଏହା କେଉଁ ପ୍ରକାରର ବିସ୍ଫୋରଣର ବୋଲି ଜାଣିବାକୁ ତଦନ୍ତ ଜାରି ରଖିଥିବା ବେଳେ  ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଟିମ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଛି । ଏହି ବିସ୍ଫୋରଣ ଯୋଗୁ ନିକଟରେ ଥିବା ଗାଡ଼ି ଗୁଡ଼ିକର କାଚ ଭାଙ୍ଗି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । 

Exit mobile version