Site icon ଆଜିକାଲି

ପ୍ଲାଷ୍ଟିକ୍ ଗୋଦାମରେ ଅଗ୍ନିକାଣ୍ଡ, ନିଆଁ ଲିଭା ଜାରି

ନୂଆଦିଲ୍ଲୀ : ଦିଲ୍ଲୀ ଟିକରୀ କଲାଁ ଅଞ୍ଚଳରେ ଥିବା ପିଭିସି ମାର୍କେଟର ଏକ ପ୍ଲାଷ୍ଟିକ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ।ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଖବରପାଇ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିବାକୁ ପ୍ରୟାସ ଜାରି ରଖିଛି । ନିଆଁ ଏତେ ଭୟାବହ ରହିଛି ଯେ ପ୍ରାୟ ୨୫ରୁ ଅଧିକ ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି ।

ତେବେ କେଉଁ କାରଣ ନିଆଁ ଲାଗିଛି ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଏହି ଘଟଣାରେ କୌଣସି ମୃତାହତ ହୋଇନଥିବା ଜଣାପଡିଛି । ଏଥିରେ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Exit mobile version