Site icon ଆଜିକାଲି

ଭାରତ ବିପକ୍ଷ ଟି-୨୦ ସିରିଜରେ ମାଥ୍ୟୁ ୱେଡ୍ ଅଷ୍ଟ୍ରେଲିଆର ଅଧିନାୟକ

ମେଲବୋର୍ଣ୍ଣ: ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ୱେଡ୍ ବିଶ୍ୱକପ୍ ପରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଅଷ୍ଟ୍ରେଲିଆର ଅଧିନାୟକ ହେବେ।

୩୫ ବର୍ଷ ବୟସ୍କ ୱେଡଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପ୍ରାୟ ଏକ ବର୍ଷ ପୂର୍ବେ ଶେଷ ହୋଇଯାଇଥିଲା । ଲାଗୁଥିଲା ଯେ ଗତ ବର୍ଷର ଟି-୨୦ ବିଶ୍ୱକପ ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ | ଏବେ କିନ୍ତୁ ତାଙ୍କୁ ୧୫ ଜଣିଆ ଅଷ୍ଟ୍ରେଲୀୟ ଦଳର ଅଧିନାୟକ କରାଯାଇଛି।

ଚଳିତ ବର୍ଷ ଆରୋନ ଫିଞ୍ଚଙ୍କ ଅବସର ପରେ ଅଷ୍ଟ୍ରେଲିଆରେ ଟି-୨୦ ଦଳର କୌଣସି ସ୍ଥାୟୀ ଅଧିନାୟକ ନାହାଁନ୍ତି। ମିଚେଲ ମାର୍ଶ ଓ ୱେଡ୍ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ଅନୁଯାୟୀ ଏହି ଦାୟିତ୍ଵ ତୁଲାଉଛନ୍ତି। ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ଏକ ବିବୃତ୍ତିରେ କହିଛନ୍ତି, ମାଥ୍ୟୁ ମଧ୍ୟ ଦଳର ଅଧିନାୟକ ରହିଛନ୍ତି। ଏହି ସିରିଜ୍ ପାଇଁ ତାଙ୍କୁ ପୁଣିଥରେ କମାଣ ଦିଆଯାଇଛି ।

ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମିଚେଲ ମାର୍ଶଙ୍କ ଭଳି ଅନ୍ତର୍ଜାତୀୟ କ୍ରିକେଟରେ ଆମର ନେତୃତ୍ୱ ଦକ୍ଷତା ଏବଂ ଗଭୀରତା ବିକାଶ ପାଇଁ ଏହା ଆଉ ଏକ ସୁଯୋଗ। ବିଶ୍ୱକପ ପରେ ଦିନିକିଆ ଓ ଟେଷ୍ଟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ସହ ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ, ମାର୍ଶ ଓ କ୍ୟାମେରନ ଗ୍ରୀନ୍ ଘରକୁ ଫେରିବେ । କିନ୍ତୁ ଡେଭିଡ୍ ୱାର୍ଣ୍ଣର, ଷ୍ଟିଭ ସ୍ମିଥ ଏବଂ ଟ୍ରାଭିସ ହେଡ ଟି-୨୦ ସିରିଜ ପାଇଁ ରହିବେ। ସିରିଜର ପ୍ରଥମ ମ୍ୟାଚ୍ ୨୩ ନଭେମ୍ବରରେ ବିଶାଖାପାଟନମରେ ଖେଳାଯିବ ।

ଅଷ୍ଟ୍ରେଲିଆ ଟି-୨୦ ଦଳ :

ମାଥ୍ୟୁ ୱେଡ୍ (ଅଧିନାୟକ), ଜେସନ୍ ବେହେରେଣ୍ଡର୍ଫ, ସନ୍ ଆବଟ୍, ଟିମ୍ ଡେଭିଡ୍, ନାଥାନ୍ ଏଲିସ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ୍, ସ୍ପେନ୍ସର ଜନସନ, ଗ୍ଲେନ୍ ମ୍ୟାକ୍ସୱେଲ, ତାନବୀର ସାଙ୍ଗା, ମ୍ୟାଟ ସର୍ଟ, ଷ୍ଟିଭ ସ୍ମିଥ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।

Exit mobile version