Site icon ଆଜିକାଲି

ଅଷ୍ଟେଲିଆନ୍‌ ଗ୍ରାଁ ପ୍ରି ଜିତିଲେ ନେଦରଲାଣ୍ଡ୍ସର ରେଡ୍‌ ବୁଲ୍‌ ଚାଳକ ମ୍ୟାକ୍ସ ଭର୍ଷ୍ଟାପେନ

ମେଲ୍‌ବର୍ଣ୍ଣ : ଅଷ୍ଟେଲିଆନ୍‌ ଗ୍ରାଁ ପ୍ରି ଜିତିଲେ ନେଦରଲାଣ୍ଡ୍ସର ରେଡ୍‌ ବୁଲ୍‌ ଚାଳକ ମ୍ୟାକ୍ସ ଭର୍ଷ୍ଟାପେନ । ଏଥି ସହ ଫର୍ମୁଲା ୱାନ୍‌ ବିଜେତା ଭର୍ଷ୍ଟାପେନ୍‌ଙ୍କ ଏହା ପ୍ରଥମ ଅଷ୍ଟେଲିଆନ୍‌ ଟ୍ରଫି ଏବଂ ଚଳିତ ବର୍ଷର ଦ୍ବିତୀୟ ରେସ୍‌ ବିଜୟ।

ସେବସ୍ତିଆନ୍‌ ଭେଟେଲ (୨୦୧୧)ଙ୍କ ପରେ ମେଲ୍‌ବର୍ଣ୍ଣରେ ରେଡ୍‌ବୁଲ୍‌ର ମଧ୍ୟ ଏହା ପ୍ରଥମ ଟ୍ରଫି। ରବିବାରର ଏହି ରେସ୍‌କୁ ଭର୍ଷ୍ଟାପେନ୍‌ (୨:୩୨:୩୮.୩୭୧) ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ୭ ଥରର ବିଜେତା ମର୍ସିଡିଜ୍‌ ଚାଳକ ଲୁଇସ ହାମିଲଟନ୍‌ ଦ୍ବିତୀୟ ଏବଂ ଆଷ୍ଟନ ମାର୍ଟିନର ଫର୍ଣ୍ଣାଣ୍ଡୋ ଆଲୋନ୍‌ସୋ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ୍‌ କରିଥିଲେ। ଆଷ୍ଟନ ମାର୍ଟିନର ଲାନ୍ସ ଷ୍ଟ୍ରୋଲ ଚତୁର୍ଥ ଏବଂ ସାଉଦି ଆରବିଆ ଗ୍ରାଁ ପ୍ରି ବିଜେତା ରେଡ୍‌ବୁଲ୍‌ର ସର୍ଜିଓ ପେରେଜ ପଞ୍ଚମ ସ୍ଥାନରେ ରହିଥିଲେ।

Exit mobile version