Site icon ଆଜିକାଲି

କାଉଡିଆ ଯାତ୍ରା ସମୟରେ ରାସ୍ତାରେ ରହିବ ନାହିଁ ମାଂସ ଓ ମଦ ଦୋକାନ : ୟୁପି ସରକାର

ମୁମ୍ଵାଇ : ଶ୍ରାବଣ ମାସରେ କାଉଡିଆ ଯାତ୍ରାକୁ ସୁରକ୍ଷିତ ଭାବେ ଶେଷ କରିବା ପାଇଁ ଶନିବାର ଦିନ ପ୍ରୟଗରାଜ ପୋଲିସ ଲାଇନର ମୁଖ୍ୟ ଶାସନ ସଚିବ (ଗୃହ) ସଞ୍ଜୟ ପ୍ରସାଦ ଏବଂ ପୋଲିସ ମହାନିର୍ଦେଶକ ବିଜୟ କୁମାରଙ୍କ ଦ୍ୱାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଜୁଲାଇ ୪ ରୁ କାଉଡିଆ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।

ବୈଠକ ପରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପରେ ମୁଖ୍ୟ ଶାସନ ସଚିବ (ଗୃହ) ସଞ୍ଜୟ ପ୍ରସାଦ କହିଛନ୍ତି ଯେ ଏହି ବୈଠକରେ କାଉଡିଆ ଯାତ୍ରା ସମୟରେ ସ୍ୱଚ୍ଛତା ବ୍ୟବସ୍ଥା, ରୁଟ ଡାଇଭର୍ସନ, ଚିକିତ୍ସା ବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋଚନା କରାଯାଇଛି। ଏହି ଯାତ୍ରା ସମୟରେ ମାଂସ ଓ ମଦ ଦୋକାନ ଗୁଡ଼ିକ ଯାତ୍ରୀ ମାର୍ଗରେ ବନ୍ଦ ରହିବ।

କାଉଡିଆ ଯାତ୍ରା ସମୟରେ ଭକ୍ତ ଏବଂ ପରିଦର୍ଶକମାନଙ୍କ ପାଇଁ କୌଣସି ଅସୁବିଧା ନହେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଘାଟ, ମାର୍ଗ ଏବଂ ଶିବାଳୟ ଉପରେ ସିସିଟିଭି କ୍ୟାମେରା ଲଗାଇବା ବ୍ୟତୀତ ପିଏସ ସିଷ୍ଟମ ପାଇଁ ବ୍ୟବସ୍ଥା ମଧ୍ୟ ସୁନିଶ୍ଚିତ କରିବାକୁ କୁହାଯାଇଛି। ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଏହି ବୈଠକରେ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ କାଉଡିଆ ଯାତ୍ରା ସମୟରେ କୌଣସି ଦୁର୍ଘଟଣା ଘଟିବ ନାହିଁ ଏବଂ ରୁଟ ଡାଇଭର୍ସନକୁ କଡାକଡି ପାଳନ କରାଯିବା ଉଚିତ। ନିରନ୍ତର ପାଟ୍ରୋଲିଂ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Exit mobile version