Site icon ଆଜିକାଲି

ଯୁଦ୍ଧ ପୀଡ଼ିତଙ୍କୁ ମାନବୀୟ ସହାୟତା, ୩୨ ଟନ୍‌ର ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଲା ଭାରତ

ନୂଆଦିଲ୍ଲୀ: ଯୁଦ୍ଧ ପୀଡ଼ିତଙ୍କୁ ମାନବୀୟ ସହାୟତା ପଠାଇଲା ଭାରତ । ପାଲେଷ୍ଟାଇନକୁ ୩୨ ଟନ୍‌ର ଖାଦ୍ୟ ସାମଗ୍ରୀ ସହିତ ବିଶୁଦ୍ଧ ପାନୀୟ ଜଳ, ମେଡିସିନ ସ୍ପିପିଂ ବ୍ୟାଗ୍, ସାନିଟାରୀ ସାମଗ୍ରୀ ମଧ୍ୟ ପଠାଇଛି । ଇଜିପ୍ଟରୁ ଏକ ସ୍ବତନ୍ତ୍ର ବିମାନ ମାଧ୍ୟମରେ ଆତ୍ୟାବଶ୍ୟକ ସାମଗ୍ରୀକୁ ପାଲେଷ୍ଟାଇନ ପଠାଯାଇଛି । ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତୀୟ ବିଦେଶ ମନ୍ତ୍ରାଳୟ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ସାଢେ ୬ ଟନର ମେଡିକାଲ ସାମଗ୍ରୀ ସହିତ ୩୨ ଟନର ବିପର୍ଯ୍ୟୟ ପ୍ରଶମନ ସାମଗ୍ରୀ ଭାରତୀୟ ବାୟୁ ସେନାର C-17 ସ୍ବତନ୍ତ୍ର ବିମାନ ପଠାଇଯାଇଛି । ଏହି ବିମାନ ବର୍ତ୍ତମାନ ଇଜିପ୍ଟର ଏଲ-ଏରିସ୍ ବିମାନବନ୍ଦରରୁ ପାଲେଷ୍ଟାଉନ ଅଭିମୁଖେ ଉଡ଼ାଣ ଭରିଛି । ଏଥିରେ ଔଷଧ, ସର୍ଜିକାଲ ସାମଗ୍ରୀ, ବିଶୁଦ୍ଧ ପାଣି, ଖାଦ୍ୟ, ସ୍ପିପିଂ ବ୍ୟାଗ୍, ଟେଣ୍ଟ ଆଇଟମ, ସାନିଟାଇଜେନ ଆଦି ରିଲିଫ୍ ସାମଗ୍ରୀ ପଠାଯାଇଥିବା ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ।

Exit mobile version