Site icon ଆଜିକାଲି

ମେଘାଳୟ: ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ଏନପିପି ମୁଖ୍ୟ କନରାଡ ସାଙ୍ଗମା

ଶିଲଂ : ମେଘାଳୟ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ କନରାଡ ସାଙ୍ଗମା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ମେଘାଳୟ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିବା ସହ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ତାଙ୍କ ପାଖରେ ପୂର୍ଣ୍ଣ ବହୁମତ ରହିଥିବା ସେ ଦାବି କରିଛନ୍ତି । ମେଘାଳୟର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ତାଙ୍କ ଦଳକୁ ୩୨ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି । ଦୁଇ ବିଜେପି ବିଧାୟକଙ୍କ ସମର୍ଥନ ମଧ୍ୟ ତାଙ୍କ ପ୍ରତି ରହିଛି ବୋଲି କହିଛନ୍ତି ସାଙ୍ଗମା ।

ଫେବୃଆରୀ ୨୭ରେ ହୋଇଥିବା ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ଗୁରୁବାର (ମାର୍ଚ୍ଚ ୨) ଘୋଷଣା ହୋଇଥିଲା । ରାଜ୍ୟର ୫୯ଟି ଆସନ ମଧ୍ୟରୁ କନରାଡ ସାଙ୍ଗମାଙ୍କ ଏନପିପି ସବୁଠୁ ବଡ଼ ଦଳ ଭାବେ ୨୬ଟି ଆସନ ଜିତିଥିଲା । ତେବେ ଦଳ ମ୍ୟାଜିକ୍ ନମ୍ବର ୩୧ରୁ ପାଞ୍ଚଟି ଆସନ ଦୂରରେ ରହିଯାଇଥିଲା ।

Exit mobile version