Site icon ଆଜିକାଲି

ମେଘାଳୟର ପ୍ରଥମ ଆଦିବାସୀ ମହିଳା ଡିଜିପି ଈଦାଶିଶା ନୋଙ୍ଗ୍ରାଙ୍ଗ

ଗୁଆହାଟୀ : ଜଣେ ଆଦିବାସୀ ମହିଳା ମେଘାଳୟର ପ୍ରଥମ ପୁଲିସ ମହାନିର୍ଦେଶକ (ଡିଜିପି)ହେବାକୁ ଯାଉଛନ୍ତି। ୧୯୯୨ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଈଦାଶିଶା ନୋଙ୍ଗ୍ରାଙ୍ଗଙ୍କୁ ସରକାର ଏହି ପଦରେ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୨୦ରେ ସେ ଏଲ୍‌.ଆର ବିଷ୍ଣୋଇଙ୍କଠାରୁ ପଦଭାର ଗ୍ରହଣ କରିବେ।

ସମ୍ପ୍ରତି ମେଘାଳୟ ସିଭିଲ ଡିଫେନ୍ସ ବିଭାଗ ମହାନିର୍ଦେଶିକା ଥିବା ଈଦାଶିଶା ୨୦୨୧ରେ କିଛି କାଳ ପାଇଁ କାର୍ଯ୍ୟକାରୀ ପୁଲିସ ମହାନିର୍ଦେଶିକା ଭାବେ ଦାୟିତ୍ବ ତୁଲାଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୬ ମେ’ ୧୯ ପର୍ଯ୍ୟନ୍ତ ରହିବ। ସେ ହେଉଛନ୍ତି ରାଜ୍ୟର ପ୍ରଭାବଶାଳୀ ଖାସି ଆଦିବାସୀ ସମ୍ପ୍ରଦାୟ ସଦସ୍ୟା। ତାଙ୍କ ନିଯୁକ୍ତି ସପକ୍ଷରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ମତ ଦେଇଥିଲେ।

Exit mobile version