Site icon ଆଜିକାଲି

ଦୁର୍ବଳ ହେଉଛି ‘ମିଗଜୋମ୍’, ଆଗାମୀ ୬ ଘଣ୍ଟାରେ ଅବପାତର ରୂପ ନେବା ନେଇ ସମ୍ଭାବନା

ନୂଆଦିଲ୍ଲୀ : ଦୁର୍ବଳ ହେଉଛି ‘ମିଗଜୋମ୍’ । ଆଗାମୀ ୬ ଘଣ୍ଟାରେ ଦୁର୍ବଳ ହୋଇ ଅବପାତର ରୂପ ନେବା ନେଇ ସମ୍ଭାବନା ରହିଛି । ଚେନ୍ନାଇରେ ବର୍ଷା ତାଣ୍ଡବ ରଚୁଛି । ଏବେ ସୁଦ୍ଧା ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତଳିଆ ଅଞ୍ଚଳ ସମତେ ରାସ୍ତା ଘାଟ ଜଳାର୍ଣ୍ଣାବ । ବିମାନ ବନ୍ଦର, ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ୍ ରେ ଜମିଛି ପାଣି । ଓଡିଶାରେ ବାତ୍ୟା ‘ମିଗଜୋମ୍’ ର ପ୍ରଭାବ ପଡିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ଭୀଷଣ ବାତ୍ୟା। ଭୟଙ୍କର ପବନ। ଜଳ ପ୍ରଳୟ। ଦକ୍ଷିଣ ଭାରତର ଦୁଇ ରାଜ୍ୟ ଆନ୍ଧ୍ର ଓ ତାମିଲନାଡୁରେ ତାଣ୍ଡବ ଖେଳାଇଛି ମିଗଜୋମ୍। ମଙ୍ଗଳବାର ଅପରାହ୍ନରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ନିକଟରେ ଲ୍ୟାଣ୍ଡଫଲ୍ କରିଛି ଭୀଷଣ ବାତ୍ୟା ମିଗଜୋମ୍ । ପ୍ରାୟ ୩ ଘଣ୍ଟା ଧରି ଲାଗି ରହିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ପବନର ବେଗ ଥିଲା ସର୍ବାଧିକ ୧୧୦ କିଲୋମିଟର । ଆନ୍ଧ୍ର ମଛଲିପଟନମ୍ ଓ ନେଲ୍ଲୋର ଅଞ୍ଚଳରେ ଭୟଙ୍କର ପବନ ସହ ପ୍ରବଳ ବର୍ଷା କରିଛି ଅନେକ କ୍ଷୟକ୍ଷତି । ବହୁ ଗଛ ଉପୁଡ଼ିଛି । ଭାଙ୍ଗି ଯାଇଛି ବିଦ୍ୟୁତ୍ ଖୁଣ୍ଟ। ବହୁ ସଂଖ୍ୟାରେ କଚ୍ଚା ଘର ମଧ୍ୟ ପ୍ରଭାବିତ ହୋଇଛି। ବହୁ ସ୍ଥାନରେ ରାସ୍ତାରେ ଗଛ ପଡ଼ି ୟାତାୟାତ ବନ୍ଦ ରହିଛି।

Exit mobile version