Site icon ଆଜିକାଲି

ଭାରତୀୟ ହକି ଟିମ୍‌କୁ ଝଟ୍‌କା, ହକି ବିଶ୍ୱକପ୍‌ରୁ ବାଦ୍‌ ପଡିଲେ ମିଡ୍‌ ଫିଲ୍ଡର ହାର୍ଦ୍ଦିକ

HPL 2020-21 - M86 - Men ARG v IND 11/4/21,Argentina, Capital Federal Location: CENARD Copyrigth: Rodrigo Jaramillo - correo.jaramillo@gmail.com WorldSportpics

ଭୁବନେଶ୍ବର : ଭାରତୀୟ ହକି ଟିମ୍‌କୁ ଝଟ୍‌କା । ହକି ବିଶ୍ୱକପ୍‌ ୨୦୨୩ରୁ ବାଦ୍‌ ପଡିଲେ ଷ୍ଟାର ଖେଳାଳି ହାର୍ଦ୍ଦିକ ସିଂହ । ଆହତ ସମସ୍ୟା ଲାଗି ଟିମ୍‌ରୁ ବାଦ୍‌ ପଡିଥିବା ସୂଚନା ମିଳିଛି ।

ହାର୍ଦ୍ଦିକ ବାଦ୍‌ ପଡିବା ପରେ ତାଙ୍କ ବଦଳରେ ରାଜକୁମାର ପାଲଙ୍କୁ ଦଳରେ ସାମିଲ କରାଯାଇଛି । କୋଚ୍‌ଗ୍ରାହମ୍‌ ରିଡ୍‌ ଏନେଇ ସୂଚନା ଦେଇଛନ୍ତି । ଚଳିତ ବିଶ୍ୱକପ୍‌ରେ ଭାରତର ଶେଷ ଲିଗ୍‌ ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ ରହିଛି । ନ୍ୟୁଜିଲାଣ୍ଡ ଓ ଭାରତୀୟ ଟିମ୍‌ ମଧ୍ୟରେ କ୍ରସ ଓଭର ମ୍ୟାଚ୍‌ ଖେଳାଯିବ । କ୍ୱାଟର ଫାଇନାଲ୍‌କୁ ଯିବାକୁ ହେଲେ କ୍ରାସଓଭର ମ୍ୟାଚ୍‌ ଜିତିବା ଆବଶ୍ୟକ । ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ହାର୍ଦ୍ଦିକ ବିଶ୍ୱକପ୍‌ରୁ ବାଦ୍‌ ପଡିବ, ଟିମ୍‌ ଇଣ୍ଡିଆ ପାଇଁ ଏକ ବଡ଼ ଝଟକ୍‌ ବୋଲି କ୍ରୀଡାପ୍ରେମୀମାନେ କହିଛନ୍ତି ।

Exit mobile version