Site icon ଆଜିକାଲି

ହରିୟାଣାର ଝାଜରରେ ମୃଦୁ ଭୂମିକମ୍ପ; ତିବ୍ରତା ୨.୫ ରେକର୍ଡ

ନୂଆଦିଲ୍ଲୀ : ହରିୟାଣାରେ ଭୂମିକମ୍ପ ଝଟକା । ମୃଦୁ ଭୂମିକମ୍ପରେ ଧରିଲା ଝାଜର ଅଞ୍ଚଳ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୫ ରେକର୍ଡ କରାଯାଇଛି । ଭୂକମ୍ପ ପରେ ଭୟଭୀତ ହୋଇଯାଇଛନ୍ତି ସ୍ଥାନୀୟ ଲୋକେ । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ସୂଚନା ମୁତାବକ, ମଙ୍ଗଳବାର ସକାଳ ୭ଟା ୮ ମିନିଟ୍ ଭମିକମ୍ପ ଅନୁଭୂତ ହୋଇଛି । ଏହାର ତିବ୍ରତା ରିକ୍ଟର ସ୍କେଲରେ ୨.୫ ରେକର୍ଡ କରାଯାଇଥିବା ବେଳେ ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୨ କିଲୋମିଟର ଗଭୀରତାରେ ରହିଛି ।

Exit mobile version