Site icon ଆଜିକାଲି

ଟ୍ରକକୁ ଧକ୍କା ଦେଲା ମିନି ବସ୍ : ୬ ମୃତ, ୧୪ ଆହତ

ନୂଆଦିଲ୍ଲୀ : ଇଣ୍ଡୋନେସିଆର ସେଣ୍ଟ୍ରାଲ ଜାଭାରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି।

ସୁରବାୟାରୁ ଯୋଗକାର୍ତ୍ତା ଅଭିମୁଖେ ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍ ଏକ ଟ୍ରକ୍ ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ମିନିବସ୍ ଡ୍ରାଇଭରଙ୍କୁ ନିଦ ଲାଗିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Exit mobile version