Site icon ଆଜିକାଲି

ଆଜି ନୂଆ ଟାଇମ୍ ଟେବୁଲ ଜାରି କରି ରେଳମନ୍ତ୍ରଣାଳୟ

ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟ ୧ ଅକ୍ଟୋବର ଶନିବାରଦିନ ନୂଆ ଅଖିଳ ଭାରତୀୟ ରେଲେଓ ଟାଇମ୍ ଟେବୁଲ ଜାରି କରିବ । ଏହା ୧ ଅକ୍ଟୋବର ୨୦୨୨ଠାରୁ ଭାରତୀୟ ରେଲେଓ ସାଇଟ୍‌ରେ ଉପଲବ୍ଧ ହେବ । ଏନେଇ ରେଳ ମନ୍ତ୍ରଣାଳୟ କହିଛି ଯେ ମନ୍ତ୍ରଣାଳୟ ଟ୍ରେନ୍ ଟାଇମ୍ ଟେବୁଲର ଡିଜିଟାଲି କରଣ ଏକ ଅଂଶଭାବରେ ଏହା ଏବେ ଇ ବୁକ୍ ରୁପରେ ଉପଲବ୍ଧ ହେବ ।

ଭାରତୀୟ ରେଳବାଇ ପାଖାପାଖି ୩୨୪୦ ମେଲେଓ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବନ୍ଦେ ଭାରତ ଏକ୍ସପ୍ରେସ, ଗତିମାନ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାବ୍ଧୀ ଏକ୍ସପ୍ରେସ, ହମସଫର ଏକ୍ସପ୍ରେସ, ତେଜସ ଏକ୍ସପ୍ରେସ, ଦୁରନ୍ତୋ ଏକ୍ସପ୍ରେସ, ଗରିବ ରଥଏକ୍ସପ୍ରେସ , ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ଜନଶତାବ୍ଧୀ ଏକ୍ସପ୍ରେସ ଅନ୍ତର୍ଭୁକ୍ତ ଅଟେ । ଏହା ଛଡା ୩ ହଜାର ଯାତ୍ରୀ ଟ୍ରେନ୍ ଏବଂ ୫୬୬୦ ଉପନଗରୀୟ ଟ୍ରେନ୍ ଭାରତୀୟ ରେଲେଓ ନେଟବାର୍କରେ ଚାଲୁଅଛି । ପ୍ରତିଦିନ ରେଳଦ୍ୱାରା ଯିବା ଆସିବା ଯାତ୍ରୀଙ୍କ ସଂଖ୍ୟା ୨.୨୩ କୋଟି ହେବ ।

Exit mobile version