Site icon ଆଜିକାଲି

ଛାତିରେ ଯନ୍ତ୍ରଣା ପରେ ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି

କୋଲକାତା: ଛାତିରେ ଯନ୍ତ୍ରଣା ପରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଶନିବାର ଏଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ୭୩ ବର୍ଷୀୟ ଅଭିନେତାଙ୍କ ଏମଆରଆଇ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଅଭିନେତାରୁ ବିଜେପି ନେତା ପାଲଟିଥିବା ମିଥୁନଙ୍କୁ ଆଜି ସକାଳ ପ୍ରାୟ ୧୦:୩୦ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତରଙ୍କ କହିବା ଅନୁସାରେ ଏମଆରଆଇ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବର୍ତ୍ତମାନ ସେ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ନ୍ୟୁରୋମେଡିସିନ୍ ବିଶେଷଜ୍ଞଙ୍କ ନିରୀକ୍ଷଣରେ ଅଛନ୍ତି।

Exit mobile version