Site icon ଆଜିକାଲି

ହାଇକୋର୍ଟର ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ୱର : ହାଇକୋର୍ଟର ଦ୍ୱାରସ୍ଥ ହେଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଧାୟକ ନାମରେ ତଳକୋର୍ଟରେ ଗିରଫ ପାଇଁ ଦଣ୍ଡାଦେଶ ହୋଇଥିଲା । ତେଣୁ ଏହା ବିରୋଧରେ ସେ ହାଇକୋର୍ଟ ଯାଇଛନ୍ତି ।

ଓଆରଏଚଡିସି ଦୁର୍ନୀତି ମାମଲାରେ ବିଧାୟକଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଏହି ଦଣ୍ଡାଦେଶ ଦେଇଛି । ଏହି କାରଣରୁ ବିଧାୟକଙ୍କ ହାତରୁ ତାଙ୍କ ପଦ ରଦ୍ଦ ହେବାର ଆଶାଙ୍କା ରହିଛି । କିନ୍ତୁ ଏଥିରେ ଯଦି ହାଇକୋର୍ଟ ରିହତାଦେଶ ଦିଏ ତେବେ ଏହି ସଦସ୍ୟ ପଦ ବଜାୟ ହୋଇ ରହିପାରିବେ ବୋଲି ଆଶା କରାଯାଉଛି ।

Exit mobile version