Site icon ଆଜିକାଲି

ଭାରତରେ ନିର୍ମିତ ମୋବାଇଲ୍ ଫୋନ୍ ମୂଲ୍ୟ ବୃଦ୍ଧି ପାଇବ

ନୂଆଦିଲ୍ଲୀ: ଭାରତରେ ନିର୍ମିତ ମୋବାଇଲ୍ ଫୋନ୍ ମୂଲ୍ୟ ଆହୁରି ବଢିପାରେ | କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ ବୋର୍ଡ (ସିବିଆଇସି) ଏକ ନିର୍ଦ୍ଦେଶ ଜାରି କରିଛି। ଏହି କ୍ରମରେ କୁହାଯାଇଛି ଯେ ମୋବାଇଲ୍ ଫୋନରେ ବ୍ୟବହୃତ ସାମଗ୍ରୀ ଆଧାରରେ ଅଧିକ କଷ୍ଟମ୍ ଡ୍ୟୁଟି ଆଦାୟ କରାଯିବ। ଏପରି ହେଲେ, କମ୍ପାନୀଗୁଡିକ ନିଜ ଖର୍ଚ୍ଚ ଭରଣା ପାଇଁ ନିଜ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେବେ ।

ବ୍ୟାକ ସପୋର୍ଟ ଫ୍ରେମ୍ ସହିତ ସ୍ମାର୍ଟଫୋନର ଡିସପ୍ଲେ ଆସେମ୍ବଲି ଆମଦାନୀ ଉପରେ ମୂଳ କଷ୍ଟମ୍ ଡ୍ୟୁଟି ୧୦ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ଅଛି | ଯଦି ଡିସପ୍ଲେ ଆସେମ୍ବଲି ସହିତ ଆଣ୍ଟେନା ପିନ୍, ପାୱାର କି’ ଏବଂ ଅନ୍ୟାନ୍ୟ ଏକ୍ସେସୋରିଜ୍ ଆମଦାନୀ ହୁଏ, ତେବେ କଷ୍ଟମ୍ ଡ୍ୟୁଟି ୫ ପ୍ରତିଶତ ହେବ ଏବଂ ଏହିପରି ସାମଗ୍ରିକ ଆମଦାନୀ ଶୁଳ୍କ ୧୫ ପ୍ରତିଶତକୁ ବୃଦ୍ଧି ପାଇବ | ଏହି କାରଣରୁ ମୋବାଇଲ୍ ଫୋନ୍ କମ୍ପାନୀଗୁଡିକ ମଧ୍ୟ ମୋବାଇଲ୍ ସେଟ୍ ପିଛା ମୂଲ୍ୟ ୧୦ ରୁ ୧୫ ପ୍ରତିଶତ ବଢ଼ାଇ ପାରନ୍ତି | ସିବିଆଇସି ଏହାର କ୍ରମରେ ଏହା ମଧ୍ୟ କହିଛି ଯେ ଯଦି ସିମ୍ ଟ୍ରେ, ଆଣ୍ଟେନା ପିନ୍, ସ୍ପିକର ନେଟ୍, ପାୱାର୍ କି, ସ୍ଲାଇଡର୍ ସୁଇଚ୍, ବ୍ୟାଟେରୀ କମ୍ପାର୍ଟମେଣ୍ଟ, ଫ୍ଲେକ୍ସିବଲ୍ ପ୍ରିଣ୍ଟେଡ୍ ସର୍କିଟ୍, ସେନ୍ସର, ସ୍ପିକର, ଫିଙ୍ଗର ପ୍ରିଣ୍ଟ ଇତ୍ୟାଦି ଆଇଟମ୍ ଗୁଡିକ ଦେଶ ବାହାରୁ ଆଣନ୍ତି ତେବେ ପୂରା ଆସେମ୍ବ୍ଲି ସେଟ୍ ଉପରେ ୧୫ ପ୍ରତିଶତ କଷ୍ଟମ ଡ୍ୟୁଟି ଲାଗିବ।

ଏକ ରିପୋର୍ଟ ଅନୁଯାୟୀ, ମେନ୍ ଷ୍ଟ୍ରିମ୍ ସ୍ମାର୍ଟଫୋନ୍ ମୂଲ୍ୟ ହାରାହାରି ୧,୫୦୦ ଟଙ୍କା ବଢ଼ିଛି । ମୂଲ୍ୟ ବୃଦ୍ଧି ଭାରତର ସ୍ମାର୍ଟଫୋନ୍ ବଜାର ଉପରେ ମଧ୍ୟ ପ୍ରଭାବ ପକାଇଛି। ରିସର୍ଚ୍ଚ କମ୍ପାନୀ ‘କାଉଣ୍ଟରପଏଣ୍ଟ’ର ଏକ ରିପୋର୍ଟ ଅନୁଯାୟୀ, ୨୦୨୨ର ଦ୍ବିତୀୟ ତ୍ରୈୟ ମାସରେ ଅର୍ଥାତ୍ ଏପ୍ରିଲ୍-ଜୁନ୍ ମଧ୍ୟରେ ଭାରତରେ ସ୍ମାର୍ଟଫୋନ୍ ସିପମେଣ୍ଟ ଗତବର୍ଷ ତୁଳନାରେ ୮ ପ୍ରତିଶତ ବୃଦ୍ଧି ପାଇଛି, କିନ୍ତୁ ତ୍ରୈୟ ମାସିକ ଭିତ୍ତିରେ ୫ ପ୍ରତିଶତ ହ୍ରାସ ହୋଇ ପ୍ରାୟ ୩.୭ କୋଟି ୟୁନିଟରେ ସୀମିତ ରହିଛି। ପ୍ରଥମ ତ୍ରୈମାସିକରେ ୩.୮ କୋଟି ସ୍ମାର୍ଟ ଫୋନ ସିପମେଣ୍ଟ ହୋଇଥିଲା ।

Exit mobile version