Site icon ଆଜିକାଲି

୭୫ ବର୍ଷ ବୟସ ପରେ ବି ପ୍ରଧାନମନ୍ତ୍ରୀ ରହିବେ ମୋଦୀ : ଅମିତ ଶାହା

ନୂଆଦିଲ୍ଲୀ: ନିଜେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚାଞ୍ଚଲ୍ୟକର ବୟାନର ଜବାବ ଦେଇ କହିଛନ୍ତି ଯେ ବିଜେପିର ସମ୍ବିଧାନରେ କୁହାଯାଇନାହିଁ ଯେ ୭୫ ବର୍ଷ ବୟସ ପରେ କୌଣସି ଦଳର ନେତା ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ନରେନ୍ଦ୍ର ମୋଦୀ ନିର୍ବାଚନ ଜିତି ତୃତୀୟ ଥର ପାଇଁ ବିଜେପିର ପ୍ରଧାନମନ୍ତ୍ରୀ ହେବେ ଓ ସେ ୭୫ ବର୍ଷ ବୟସ ପରେ ବି ପ୍ରଧାନମନ୍ତ୍ରୀ ରହିବେ ।

ଜେଲରୁ ଫେରିବା ପରେ ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର କହିଥିଲେ ଯେ ବିଜେପିବାଲା ଇଣ୍ଡିଆ ମେଣ୍ଟକୁ ତାଙ୍କର ପ୍ରଧାନମନ୍ତ୍ରୀ କିଏ ବୋଲି ପଚାରୁଛନ୍ତି, କିନ୍ତୁ ମୁଁ ବିଜେପିକୁ ପଚାରୁଛି, ସେମାନଙ୍କର ପ୍ରଧାନମନ୍ତ୍ରୀ କିଏ ହେବ? ଆସନ୍ତା ବର୍ଷ ସେପ୍ଟେମ୍ବର ୧୭ରେ ନରେନ୍ଦ୍ର ମୋଦୀ ୭୫ ବର୍ଷରେ ପଦାର୍ପଣ କରିବେ। ସେ ନିଜେ ୨୦୧୪ରେ ନିୟମ କରିଥିଲେ ଯେ ୭୫ ବର୍ଷର ଲୋକଙ୍କୁ ଅବସର ଦିଆଯିବ।

କେଜ୍ରିଓ୍ଵାଲଙ୍କୁ ଜବାବ ଦେଇ ଅମିତ ଶାହ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ବଡ଼ ଭ୍ରାନ୍ତିରେ ଅଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ୭୫ ବର୍ଷ ବୟସରେ ଇସ୍ତଫା ଦେବେ। “ମୁଁ ଅରବିନ୍ଦ କେଜ୍ରିୱାଲ ଏବଂ କମ୍ପାନୀ ଏବଂ ଇଣ୍ଡିଆ ମେଣ୍ଟକୁ କହିବାକୁ ଚାହୁଁଛି ଯେ ବିଜେପି ସମ୍ବିଧାନରେ (୭୫ ବର୍ଷ ବୟସସୀମା) ସେଭଳି କୌଣସି ଉଲ୍ଲେଖ ନାହିଁ। ପିଏମ ମୋଦୀ କେବଳ ଏହି କାର୍ଯ୍ୟକାଳ ପୂରଣ କରିବାକୁ ଯାଉନାହାନ୍ତି, ବରଂ ଭବିଷ୍ୟତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ୱ ଜାରି ରଖିବେ । ଏହାକୁ ନେଇ ଦେଶରେ କୌଣସି ଦ୍ୱନ୍ଦ୍ୱ ନାହିଁ। ”

Exit mobile version