Site icon ଆଜିକାଲି

ଆଜି ମୋଦିଙ୍କ ମେଗା ରାଲି : ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁ ଗସ୍ତ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ନିର୍ବାଚନ ବିଗୁଲ ବାଜୁ ବାଜୁ ପ୍ରଚାର ଅଭିଯାନ ଜୋରଦାର କରିଛି ବିଜେପି। ମିଶନ ସାଉଥ୍ ରେ ସୋମବାର ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦଳର ସବୁଠୁ ବଡ ଷ୍ଟାର କ୍ୟାମ୍ପେନର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ତିନି ରାଜ୍ୟ ଗସ୍ତ କରି ସଭାରେ ଜନ ସମ୍ବୋଧନ ଦେବେ । ରବିବାର ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶର ପାଲନାଡୁରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏନଡିଏରେ ସାମିଲ ହୋଇଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ପବନ କଲ୍ୟାଣଙ୍କ ସହ ମେଗା ରାଲି କରିଥିଲେ। ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି ବିକଶିତ ଭାରତ ଓ ବିକଶିତ ଆନ୍ଧ୍ର ପାଇଁ ଏଥର ଏନଡିଏକୁ ୪୦୦ ପାର୍ କରିବାକୁ ପଡିବ। ଏନଡିଏ ଏମପି ଓ ଏମଏଲଏ ମେଣ୍ଟ ଭାବରେ କେନ୍ଦ୍ରର ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇବେ । ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Exit mobile version