Site icon ଆଜିକାଲି

ହଟିଲେ ବାବର୍‌, ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ହେଲେ ରିଜଓ୍ବାନ

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ପଦରୁ ହଟିଛନ୍ତି ବାବର ଆଜମ। ତାଙ୍କ ସ୍ଥାନରେ ମହମ୍ମଦ ରିଜଓ୍ବାନଙ୍କୁ ଅଧିନାୟକ ଭାବେ ନିଯୁକ୍ତି ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ରିଜଓ୍ବାନଙ୍କୁ ଦିନିକିଆ ଏବଂ ଟି-୨୦ କ୍ରିକେଟ ଦଳର ଅଧିନାୟକ ପଦ ମିଳିଛି। ସେହିପରି ସଲମାନ ଅଲ ଆଘାଙ୍କୁ ଉପଅଧିନାୟକ ପଦବୀରେ ନିଯୁକ୍ତ କରାଯାଇଛି।

ବାବର ଆଜମଙ୍କ ନେତୃତ୍ଵରେ ପାକିସ୍ତାନ ଟିମ ଦୀର୍ଘ ଦିନ ଧରି ଖରାପ ପ୍ରଦର୍ଶନ କରିଆସୁଛି। ନିକଟରେ ଆଇସିସିର ଏକାଧିକ ଟୁର୍ଣ୍ଣାମେଣ୍ଟରେ ବାବରଙ୍କ ନେତୃତ୍ଵରେ ଦଳ ବିଫଳ ହୋଇଛି। ବିଭିନ୍ନ ମହଲରୁ ସମାଲୋଚନା ପରେ ବାବର ଆଜମ ଅଧିନାୟକ ପଦବୀରୁ ଇସ୍ତଫା ଦେଇଥିଲେ। ସାମାଜିକ ଗଣମାଧ୍ୟମରେ​‌ ସେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଆଗାମୀ ନଭେମ୍ବର ୪ରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ରିଜଓ୍ବାନ ଦଳର ନେତୃତ୍ଵ ନେବେ। ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ।

Exit mobile version