Site icon ଆଜିକାଲି

ବିଶ୍ଵକପ୍ ପୂର୍ବରୁ ମହମ୍ମଦ ଶାମିଙ୍କୁ ଆଶ୍ଵସ୍ତି, ନିର୍ଯାତନା ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ : ଭାରତର ତାରକା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିଶ୍ଵକପ୍ ପୂର୍ବରୁ ବଡ଼ ଆଶ୍ଵସ୍ତି ମିଳିଛି। ମଙ୍ଗଳବାର ପତ୍ନୀଙ୍କୁ ନିର୍ଯାତନା ମାମଲାରେ ମଙ୍ଗଳବାର କୋର୍ଟରୁ ତାଙ୍କୁ ଜାମିନ ମିଳିଛି। ଏହି ମାମଲାରେ ୩୦ ଦିନ ଭିତରେ ଶାମିଙ୍କୁ ଜାମିନ ଦିଆଯିବ ବୋଲି ଏସିଆ କପ୍‌ ପୂର୍ବରୁ କୋର୍ଟ କହିଥିଲେ। ଭାରତୀୟ ବିଶ୍ଵକପ୍ ଦଳରେ ସାମିଲ୍ ମହମ୍ମଦ ଶାମି ମଙ୍ଗଳବାର କୋଲକାତାର ଅଲୀପୁର ଏସଜିଏମ କୋର୍ଟରେ ହାଜର ହୋଇଥିଲେ ଏବଂ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।। ଏହି ସମୟରେ ଶାମିଙ୍କ ସହ ତାଙ୍କ ଭାଇ ଉପସ୍ଥିତ ଥିଲେ।

ପତ୍ନୀ ନିର୍ଯାତନା ମାମଲାରେ ମହମ୍ମଦ ଶାମି ପ୍ରଥମ ଥର କୋର୍ଟରେ ହାଜର ହୋଇଛନ୍ତି। ନିଜ ଓକିଲଙ୍କ ଜରିଆରେ ଜାମିନ ଆବେଦନ କରିଥିଲେ ଏବଂ ବିଚାରପତି ଆବେଦନ ସ୍ଵୀକାର କରି ଜାମିନ ମଞ୍ଜୁର କରିଛନ୍ତି। ଏବେ ଶାମିଙ୍କୁ ସେପ୍ଟେମ୍ବର ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିବ। ଏହା ପରେ ବିଶ୍ଵକପ୍‌ରେ ଭାରତୀୟ ଦଳର ପ୍ରତିନିଧିତ୍ଵ କରିବେ। ମହମ୍ମଦ ଶାମି ନିକଟରେ ସମାପ୍ତ ଏସିଆ କପ୍ ୨୦୨୩ରେ ଭାରତୀୟ ଦଳର ଅଂଶ ଥିଲେ। ଭାରତ ଫାଇନାଲ୍‌ରେ ଶ୍ରୀଲଙ୍କାକୁ ହରାଇ ଟାଇଟଲ୍ ଜିତିଛି।

Exit mobile version