Site icon ଆଜିକାଲି

ମଙ୍କଡିଂ ଆଉଟ୍‌ ପସନ୍ଦଯୋଗ୍ୟ ନୁହେଁ : ରୋହିତ

ବ୍ରିସ୍‌ବେନ୍‌ : ମଙ୍କଡିଂ ଆଉଟ୍‌କୁ ନାପସନ୍ଦ କଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ମତରେ ମଙ୍କଡିଂ ଆଉଟ୍‌ ଶୋଭନୀୟ ନୁହେଁ। ମ୍ୟାଚ୍‌ର ଫଳାଫଳ ଯାହା ପକ୍ଷକୁ ଯାଉନା କାହିଁକି ଏଭଳି ଆଉଟ୍‌ ପସନ୍ଦଯୋଗ୍ୟ ନୁହେଁ ବୋଲି କହିଥିଲେ।

ଗତ ଇଂଲଣ୍ଡ ବିପକ୍ଷ ମହିଳା ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଅବସରରେ ଭାରତୀୟ ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ଇଂଲଣ୍ଡ ବ୍ୟାଟର୍‌ ଚାର୍ଲି ଡିନ୍‌ଙ୍କୁ ମଙ୍କଡିଂ ଆଉଟ୍‌ କରିବାରୁ ଭାରତ ଶୃଙ୍ଖଳା ଜିତିନେଇଥିଲା‌। ତେବେ ଏହି ଆଉଟ୍‌କୁ ନେଇ ବିବାଦୀୟ ସ୍ଥିତି ଉପୁଜିଥିଲା। ଅଧିକାଂଶ ଏଭଳି ଆଉଟ୍‌ ଆଇସିସି ନିୟମ ପରିସରଭୁକ୍ତ ଏବଂ ଏହା କ୍ରିକେଟ୍‌ର ଅଂଶବିଶେଷ କହି ସମର୍ଥନ କରିଥିଲା ବେଳେ ଅନ୍ୟ କେତେକ ଏହାକୁ ସମାଲୋଚନା କରିଥିଲେ।

Exit mobile version