Site icon ଆଜିକାଲି

କେଦାରନାଥ ଧାମ ଯାତ୍ରାରେ ବାଧା, ମୌସୁମୀ ବର୍ଷା ପାଇଁ ସୋନପ୍ରୟାଗରେ ଅଟକିଲେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ମୌସୁମୀ ବର୍ଷା ପାଇଁ କେଦାରନାଥ ଧାମ ଯାତ୍ରାରେ ବାଧା । ସୋନପ୍ରୟାଗରେ କେଦାରନାଥ ଧାମ ଯାତ୍ରାଙ୍କୁ ବନ୍ଦ କରାଯାଇଛି । ଉତ୍ତରାଖଣ୍ଡରେ ମୌସୁମୀ ଛୁଇଁଛି । ଫଳରେ ବିଭିନ୍ନ ସ୍ଥାନରେ ରହି ରହି ବର୍ଷା ହେଉଛି । ହିମାଳୟର ପାହାଡ଼ି ଇଲାକାରେ ବର୍ଷା ଜାରି ରହିଥିବାରୁ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି । ସୋନପ୍ରୟାଗରେ ଶ୍ରଦ୍ଧାଳୁମାନଙ୍କୁ ଅଟକାଇ ଦିଆଯାଇଛି ।

ଉତ୍ତରକାଶିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଘଡ଼ଘଡ଼ି ସାଙ୍ଗକୁ ବିଜୁଳି ମାରିବାରୁ କାଣ୍ଡିୟାଲ ଗାଁରେ ୪ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଏମାନଙ୍କୁ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କ୍ଷେତରେ ଚାଷ କରୁତିବା ସମୟରେ ଏହି ଅଘଟଣ ଘଟିଛି । ସେହିପରି ଉତ୍ତରକାଶୀର ଅନୁସୂଚିତ ଜାତି ବହୁମୂଲ୍ୟ ଜ୍ଞାନସୁ ପାହାଡ଼ି ଇଲାକାରେ ଭୂ-ସ୍ଖଳନ ଯୋଗୁ ବହୁ ବିଲ୍ଡଂ ପ୍ରଭାବିତ ହୋଇଛି । ରାସ୍ତା ଭାଙ୍ଗିଯିବାରୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି ।

ସେପଟେ ଡେରାଡୁନ୍ ପାଣିପାଗ କେନ୍ଦ୍ରର ଅଧିକାରୀ ବିକ୍ରମ ସଂହ କହିଛନ୍ତି, ମୌସୁମୀରେ ଦ୍ରୁତ ଗତିରେ ଆଗକୁ ବଢୁଛି । ଏହାକୁ ଦୃଷ୍ଟିରେ ରଖି ଡେରାଡୁନ ସମେତ ୭ଜିଲ୍ଲାରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସମୟରେ ଡେରାଜଡୁନ୍, ଟେହରୀ. ବୌଡ଼ି, ପଞ୍ଚବତ, ପିଥୌରାଗଡ଼, ନୈନିତାଲ ଏବଂ ବାଗେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Exit mobile version