Site icon ଆଜିକାଲି

୧୫୦ରୁ ଅଧିକ ଆତଙ୍କବାଦୀ କଳା ତାଲିକାଭୁକ୍ତ : ଯୁଏନଏସସି

ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ୧୫୦ରୁ ଅଧିକ ଆତଙ୍କୀଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କଲା ଯୁଏନଏସସି। ଏଥିରେ ଲସ୍କର-ଏ-ତୈବାର ମୁଖ୍ୟ ସମତେ ବହୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ରହିଛନ୍ତି ।

ଗୋଟିଏ ପଟେ ପାକିସ୍ତାନ ଆର୍ଥିକ ସଂକଟରେ ଜୁଝି ହେଉଥିବାବେଳେ ନ୍ୟପଟେ ଆତଙ୍କବାଦକୁ ନେଇ ବିଶ୍ବ ମଞ୍ଚରେ ପୁଣି ଲଜ୍ଜିତ ହୋଇଛି। ଜାତିସଂଘର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ୧୫୦ରୁ ଅଧିକ ଆତଙ୍କବାଦୀଙ୍କୁ କଳା ତାଲିକା ଭୁକ୍ତ କରାଯାଇଛି । ଲସ୍କର-ଏ-ତୈବାର ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍ ହାଫିଜ୍ ସାଈଦ, ୨୬/୧୧ ମୁମ୍ବାଇର ହମାଲରେ ସାମିଲ ଥିବା ଜକି-ଉର- ରହମାନ, ଜୈଶ-ଏ-ମହମ୍ମଦର ସଂସ୍ଥାପକ ମସୁଦ ଅଜହର ଏବଂ ୧୯୯୩ ବୋମା ବିସ୍ଫୋରଣର ଅପରାଧି ଅଣ୍ଡର ଓ୍ବାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମକୁ ବୋଲ୍ଡ ଲିଷ୍ଟ୍ କରିଛି ଯୁଏନଏସସି ।

ଏହା ପୂର୍ବରୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀ ଅବଦୁଲ୍ ରେହମାନି ମକ୍କିକୁ  ଗ୍ଲୋବାଲ ଆତଙ୍କବାଦୀ ସୂଚୀରେ ସାମିଲ କରିଛି । ଯୁଏନଏସସିର ୧୨୬୭ ଆଇଏସଆଇଏଲ ଏବଂ ଆଲକାଏଦା ପ୍ରତିବନ୍ଧ ସମିତି ସୋମବାର ମକ୍କିକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରି କଳା ତାଲିକାଭୁକ୍ତ କରିଥିଲା । ଏହା ପରେ ମକ୍କିର ସମ୍ପତ୍ତିକୁ ଫ୍ରିଜ୍ କରାଯାଇଛି । ସେହିପରି ବିଦେଶ ଯାତ୍ରାକୁ ବ୍ୟାନ୍ କରାଯାଇଛି । ଯେଉଁ ଆତଙ୍କବାଦୀ ସଂଗଠନକୁ ଯୁଏନଏସସି ବୋଲ୍ଡ ଲିଷ୍ଟ କରିଛି, ସମସ୍ତ ସଂଗଠନ ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତ ଅଞ୍ଚଳରେ ଅପରେଟ୍ ହେଉଛି ।

Exit mobile version