Site icon ଆଜିକାଲି

ଆଜି ସୁପ୍ରିମକୋର୍ଟରେ ୨୨୮ ଜନସ୍ବାର୍ଥ ମାମଲାର ଶୁଣାଣି, ବସିବ ୧୫ଟି ଖଣ୍ଡପୀଠ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଗଠିତ ଖଣ୍ଡପୀଠ ଆଜି ସୁପ୍ରିମକୋର୍ଟରେ ୨୨୮ ଜନସ୍ବାର୍ଥ ମାମଲାର ଶୁଣାଣି କରିବେ । ଏନେଇ ମୋଟ ୧୫ଟି ଖଣ୍ଡପୀଠ ବସିବ । ଦେଶର ୪୯ତମ ପ୍ରଧାନ ବିଚାରପତି ୟୁୟୁ ଲଳିତ ଦାୟିତ୍ବ ଗ୍ରହଣ କରିବା ପରେ ସମସ୍ତ ପିଆଇଏଲ ବା ଜନସ୍ବାର୍ଥ ମାମଲାର ଶୁଣାଣି ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ୱେବସାଇଟରେ ଏନେଇ ସୂଚନା ମିଳିବା ପରେ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ପୀଠ ସମକ୍ଷ ଶୁଣାଣିି ପାଇଁ ୨୨୦ଟି ମାମଲାର ଆବେଦନ କରାଯାଇଛି । ଯେଉଁଥିରେ ସିଏଏ ବିରୋଧରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ର ମୁଖ୍ୟ ଆବେଦନ ସାମିଲ ରହିଛି ।

Exit mobile version